Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବର ପ୍ରଥମ ଇଲେକ୍ଟ୍ରିକ୍ ଟ୍ୟାକ୍ସି ବୋଲୋକାପ୍ଟରର ପରୀକ୍ଷଣ ସଫଳ : ଲଞ୍ଚ ହେବ ଆସନ୍ତା ବର୍ଷ

12/06/2019 at 12:47 PM

ବର୍ଲିନ୍ ୧୨/୬: ନିକଟରେ ଡ୍ରୋନ ଟେକ୍ନୋଲୋଜିରେ ଆଧାରିତ ବିଶ୍ବର ପ୍ରଥମ ଇଲେକ୍ଟ୍ରିକ୍ ଟ୍ୟାକ୍ସିର ସଫଳ ପରୀକ୍ଷଣ କରାଯାଇଥିଲା। ଏହି ଟ୍ୟାକ୍ସି ଆସନ୍ତା ବର୍ଷରେ ଆକାଶରେ ଉଡ଼ୁଥିବା ନଜର ଆସିବେ। ଏହାକୁ ବୋଲୋକ୍ୟାପ୍ଟର ନାଁ ରଖାଯାଇଛି। ଏହାକୁ ପ୍ରସ୍ତୁତ କରିଥିବା ଜର୍ମାନୀ କମ୍ପାନୀର କହିବାନୁସାରେ ଏହା ପ୍ରଥମ ମ୍ୟାନଡ ଟ୍ୟାକ୍ସି ହେବ ଯାହା ସିଧା ଟେକଅଫ ଏବଂ ଲ୍ୟାଣ୍ଡିଙ୍ଗ କରିବାରେ ସକ୍ଷମ ହେବ। ଏଥିରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ରହିବ। ଏହାର ଉଡ଼ାଣ ପୂର୍ବରୁ ରୋବୋଟ୍ ଦ୍ବାରା ଏହାର ବ୍ୟାଟେରୀ ପରିବର୍ତ୍ତନ କରାଯିବ।

ଗତ ମାସରେ ବର୍ଲିନରେ ହୋଇଥିବା ଗ୍ରୀନଟେକ ଫେଷ୍ଟିଭାଲରେ ଏହି ଟ୍ୟାକ୍ସି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏହି ଫେଷ୍ଟିଭାଲ ପୂର୍ବତନ ଫର୍ମୁଲା ଓ୍ବାନ୍ ବିଶ୍ବ ଚାମ୍ପିୟନ ନିକୋ ରୋସବର୍ଗ ଆରମ୍ଭ କରିଥିଲେ। ଏହି ଇଲେକ୍ଟ୍ରିକ୍ ଟ୍ୟାକ୍ସିର ଲକ୍ଷ୍ୟ ହେଉଛି ବିଶ୍ବରେ ପ୍ରତି ଘଣ୍ଟାରେ ଆସନ୍ତା ୧୦ବର୍ଷ ଯାଏଁ ଲକ୍ଷେ ଯାତ୍ରୀଙ୍କୁ ନେଇ ଯିବା। ଏହା ପୂରାପୂରି ପ୍ରଦୂଷଣ ମୁକ୍ତ ରହିବ। ଏହା ଧ୍ବନି ପ୍ରଦୂଷଣ ମଧ୍ୟ କରିବ ନାହିଁ। ଆରମ୍ଭରେ ଏହା ୨୭କିଲୋମିଟର ଯାଏଁ ୨ଜଣଙ୍କୁ ନେଇ ଯିବାକୁ ସକ୍ଷମ ହେବ।

   Related Posts