ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ, ଟ୍ରଫି ଜିତିଲା ଯାଜପୁର ଜନକ ଟିମ୍
16/02/2023 at 1:23 PM

ଚଣ୍ଡିଖୋଲ ୧୬।୦୨ : ୫୮ ତମ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଡକପୁର ସ୍ଥିତ ସାହାଡା ସୁନ୍ଦରୀ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଗୋପାଳପୁର ମେଡିକାଲ ଅଧିକାରୀ ଡ଼ ସୁବାଶ ପଣ୍ଡା ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଖବର ଅନୁଯାୟୀ, ଦୀର୍ଘ ୫୮ ବର୍ଷ ଧରି ଏହି ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଆସୁଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୪ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଯାଜପୁର ଜନକ ଟିମ ଓ ଭଦ୍ରକ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜନକ ଟିମ ଫାଇନାଲରେ ବିଜୟୀ ହୋଇଛି । ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରାଯାଇଛି । ଏହି ଅବସରରେ ବହୁ ସଂଖ୍ୟାରେ ଦର୍ଶକ ମାନେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ । ଗ୍ରାମଞ୍ଚଳରେ ଲୁକାୟିତ ଥିବା ଖେଳାଳିକୁ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି ବୋଲି କମିଟି କର୍ମକର୍ତା କହିଛନ୍ତି ।