ଏହି ମହିଳା ଖେଳାଳି ମ୍ୟାଚ୍ ଅଧାରୁ ନିଜ ୭ମାସ ଶିଶୁକୁ କରାଇଲେ ସ୍ତନ୍ୟପାନ, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

Published By : Prameya-News7 Bureau | December 11, 2019 IST

ଐଜଓ୍ବାଲ ୧୧।୧୨: ମିଜୋରାମରେ ଜଣେ ଭଲିବଲ ଖେଳାଳି ନିଜ ଛୁଆକୁ ମ୍ୟାଚ୍ ଅଧାରେ ସ୍ତନ୍ୟପାନ କରାଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ମା’ ଟିଏ ନିଜ ସନ୍ତାନକୁ ଜନ୍ମ ଦେବାଠାରୁ ଆରମ୍ଭ କରି ଶିଶୁଟିକୁ ବଢାଇକୁଢାଇ ବଡ କରିବା ପର୍ଯ୍ୟନ୍ତ ତାର କର୍ତ୍ତବ୍ୟ ଶେଷ ହୋଇନଥାଏ । ନିଜ ସନ୍ତାନ ପାଇଁ ମା’ ମନରେ ଅସୀମ ଭଲପାଇବା ରହିଥାଏ । ମା’ଟି ହିଁ ନିଜ ସନ୍ତାନର ମନକୁ ବୁଝିପାରେ । ଆଜି ସେହିଭଳି ଜଣେ ମା’ଙ୍କର ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର୍ ଧରିଛି ।

ମିଜୋରାମର ତୁଇକୁମ୍ ଭଲିବଲ ଟିମ୍ ଜଣେ ମହିଳା ଖେଳାଳି । ଏହି ଖେଳାଳି ଜଣଙ୍କ ମିଜୋରାମ୍ ଷ୍ଟେଟ୍ ଗେମ୍ସ ଚାଲିଥିବା ବେଳେ ମ୍ୟାଚ୍ ରୁ ବ୍ରେକ୍ ନେଇଥିଲେ । ଖେଳାଳି ଜଣଙ୍କ ତାଙ୍କ ଛୁଆକୁ ସ୍ତନ୍ୟପାନ କରାଇବା ପାଇଁ ଖେଳ ମଝିରୁ ବ୍ରେକ୍ ନେଇଥିଲେ ।

ସମସ୍ତେ ଚାକିରି ଆଉ ମାତୃତ୍ବକୁ ଉଭୟର ବିପରୀତ ବୋଲି ଭାବିଥାନ୍ତି । ଯେକୌଣସି ଗୋଟିଏ ପାଇଁ ଅନ୍ୟରୁ ବ୍ରେକ୍ ନେବା ପାଇଁ ପଡିବ । ମାତ୍ର ମିଜୋରାମର ଏହି ଖେଳାଳି ଜଣଙ୍କ କିଛି ଭିନ୍ନ କରି ଦେଖାଇଛନ୍ତି । ଲାଲ୍ବେତଲୁଆଙ୍ଗୀ ନିଜ ସହ ନିଜ ୮ମାସର ଛୁଆର ନାଁ ଟ୍ରେନିଂ କ୍ୟାମ୍ପ୍ ରେ ନାଁ ଲେଖାଇଥିଲେ । ଯାହା ଫଳରେ ସେ ତାଙ୍କ ଛୁଆର ଧ୍ୟାନ ରଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.