ଝିଅର କବରରୁ ଆସୁଥିଲା ଗୁଣୁଗୁଣୁ ଶବ୍ଦ ; ସେଥିପାଇଁ କବର ଖୋଳିବାକୁ ଅନୁମତି ଦେବା ଲାଗି ଜିଲ୍ଲାପାଳଙ୍କୁ ଚିଠିଲେଖିଲେ ବାପା

Published By : Prameya-News7 Bureau | December 10, 2018 IST

ଜୟପୁର ୧୦|୧୨:  ଆମ ଚାରିପାଖରେ ସବୁବେଳେ ଏମିତି କିଛି ଘଟଣାମାନ ଘଟିଥାଏ ଯାହାକୁ ଆମେ ସହଜରେ ବିଶ୍ବାସ କରିପାରୁନାହୁଁ । ଯିଏ ଜନ୍ମ ନେଇଥାଏ ତାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ । ଏହା ପ୍ରକୃତିର ନିୟମ । ସମାଜରେ ସବୁ ଧର୍ମର ନିଜ ନିଜର ରୀତିନୀତି ରହିଛି । ମୃତ୍ୟୁ ପରେ ସବୁ ଧର୍ମରେ ମନୁଷ୍ୟର ଅନ୍ତିମ ସଂସ୍କାର ପାଇଁ ଭିନ୍ନ ଭିନ୍ନ ରୀତିନୀତି ରହିଛି । କିଛି ରୀତିନୀତି ଅନୁସାରେ ମୃତଦେହକୁ ପୋତାଯାଇଥାଏ ତ ଆଉ କିଛି ପୋଡାଯାଇଥାଏ । ଏପରି ଏକଘଟଣା ଘଟିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

{"id":62592}

ପଶ୍ଚିମ ଉତ୍ତରପ୍ରଦେଶ ମେରଠରେ ରହୁଥିବା ସବିରୁଦ୍ଦିନଙ୍କ କହିବା ଅନୁସାରେ ଯେଉଁ କବରରେ ସେ ତାଙ୍କ ଝିଅକୁ ପୋତିଥିଲେ ସେଥିରେ ଗୋଟିଏ କଣା ହୋଇଯାଇଥିଲା । ଯେତେବେଳେ ସେ ସେହି କବର ନିକଟକୁ ଯାଇଥିଲେ ସେତେବେଳେ ସେହି କବର ନିକଟରୁ ଗୁଣଗୁଣେଇବାର ଶବ୍ଦ ହେଉଥିଲା । ତାଙ୍କୁ ଲାଗିଲା ଯେ ସେ ଶବ୍ଦ ତାଙ୍କ ଝିଅର ବୋଲି । ମାତ୍ର ସେ ତାକୁ ଏତେ ଗୁରୁତ୍ବ ଦେଇନଥିଲେ । ହେଲେ ସେହି ଶବ୍ଦ ପୁଣି ଥରେ ସେ ଶୁଣିବାକୁ ପାଇଲେ । ଫଳରେ ସେ ଡରିଯାଇଥିଲେ । ଏ ନେଇ ଜିଲ୍ଲାପାଳଙ୍କୁ ପ୍ରାର୍ଥନାପତ୍ର ଲେଖି କବରରୁ ମୃତଦେହ ବାହାର କରି ପରୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କବର କଢା ଯାଇ ପରୀକ୍ଷା କରାଗଲା । ପରୀକ୍ଷାର ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବା ସହ ଘଟଣାର ଯାଞ୍ଚ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.