Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବିଜେପି ମହିଳା ମୋର୍ଚ୍ଚାରେ ବିଦ୍ରୋହର ସ୍ବର, ଶୃଙ୍ଖଳା ଭଙ୍ଗ ପାଇଁ ପୂର୍ବତନ ସମ୍ପାଦିକାଙ୍କୁ ପଦବୀରୁ ଅବ୍ୟାହତି

21/08/2021 at 10:51 AM

ଭଦ୍ରକ ୨୧।୮: ବିଜେପି ମହିଳା ମୋର୍ଚ୍ଚାରେ ବିଦ୍ରୋହର ସ୍ବର । ମହିଳା ବିଜେପି ମୋର୍ଚ୍ଚାରେ ଲାଗି ରହିଥିବା ଅନ୍ତର୍ଦ୍ବନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡିବାକୁ ଲାଗିଲାଣି । ଶେଷରେ ଦଳର ଭାବମୂର୍ତ୍ତିକୁ ବଞ୍ଚାଇ ରଖିବା ପାଇଁ ଶନିବାର ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାନେତ୍ରୀଙ୍କ ଅନୁପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଜେପି ମହିଳା ମୋର୍ଚ୍ଚାର ସମ୍ପାଦିକା ନବନିତା ନାୟକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଜିଲ୍ଲା ଓ ରାଜ୍ୟ ସଭାନେତ୍ରୀଙ୍କ ଉପରେ ବର୍ଷିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ସୋସିଆଲ ମିଡିଆରେ ଗୋଟିଏ ଘଟଣାବଳୀକୁ ନେଇ ପୋଷ୍ଟ କରିବାରୁ, ତାଙ୍କୁ ଜିଲ୍ଲା ସଭାନେତ୍ରୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଧମକ ଚମକ ଦିଆଯାଇଥିଲା । ଏପରିକି ସେହି ପୋଷ୍ଟଟିକୁ ଡିଲିଟ୍ କରିବା ପାଇଁ ପ୍ରବଳ ଚାପ ପଡୁଥିଲା । ଦଳ ମଧ୍ୟରେ ଏଭଳି ବ୍ୟବହାର ଓ ଚାପକୁ ସହ୍ୟ କରି ନପାରି, ଦଳରୁ ଇସ୍ତଫା ଦେଇଥିଲେ ନବନିତା । ଯାହାକି ଏହି ଖବର ପ୍ରଚାରିତ ହେବା ପରେ, ମହିଳା ମୋର୍ଚ୍ଚାର ଭାବମୂର୍ତ୍ତି ଉପରେ ସାଧାରଣରେ ପ୍ରଶ୍ନ ଉଠିଥିଲା ।

ଶେଷରେ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ, ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ, ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ନବନିତା ନାୟକଙ୍କୁ ତାଙ୍କ ପଦବୀରୁ ଅବ୍ୟାହତି କରାଗଲା ବୋଲି ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାରେ ଥିବା ଦଳୀୟ କନ୍ଦଳ ତାହା ବେଶ ସ୍ପଷ୍ଟ ବାରି ହେଉଛି ।

   Related Posts