ଗଣତନ୍ତ୍ର ଦିବସ ଅବସରରେ ଭୋଡ଼ାଫୋନ୍ ଦେଲା ନିଜ ଗ୍ରାହକଙ୍କୁ ବଡ଼ ଉପହାର

Published By : Prameya-News7 Bureau | January 18, 2019 IST

ନୂଆଦିଲ୍ଲୀ ୧୮/୧: ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ଅନେକ ଦମଦାର ଅଫର ଜାରି କରିଛି । ଅନ୍ୟ ଟେଲିକମ୍ କମ୍ପାନୀ ଭଳି ଭୋଡ଼ାଫୋନର ୩୫ଟଙ୍କା ରିଚାର୍ଜ୍ ପାଇଁ ଭୋଡ଼ାଫୋନକୁ ଗ୍ରାହକମାନେ ବିରୋଧ କରିଥିଲେ। କିନ୍ତୁ ପର୍ବପର୍ବାଣୀ ଏବଂ ବିଶେଷ ଅବସରରେ ସମସ୍ତ ଟେଲିକମ କମ୍ପାନୀ ଗ୍ରାହକଙ୍କ ପାଇଁ ନୂଆ ଅଫର ଉପଲବ୍ଧ କରିବାକୁ ଭୁଲନ୍ତି ନାହିଁ।

ଏଥର ଗଣତନ୍ତ୍ର ଦିବସ ପୂର୍ବରୁ ଭୋଡ଼ାଫୋନ୍ ଟେଲିକମ୍ କମ୍ପାନୀ ଗ୍ରାହକଙ୍କ ପାଇଁ ବର୍ଷକର ପ୍ଲାନ୍ ଉପହାର ଦେଇଛନ୍ତି। ଭୋଡ଼ାଫୋନର ଏହି ବର୍ଷକର  ଡାଟା ପ୍ଲାନରେ ଗ୍ରାହକଙ୍କୁ ଲୋକାଲ୍,ନ୍ୟାସନାଲ୍ ଏବଂ ରୋମିଙ୍ଗରେ କଲ୍ ପୂରା ମାଗଣାରେ ମିଳୁଛି। ଏହା ବ୍ୟତୀତ ଭୋଡ଼ାଫୋନ୍ ଗ୍ରାହକଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧ଜିବି ଡାଟା ଦିଆଯାଉଛି। ଏହି ଡାଟାର ବ୍ୟବହାର ୨ଜି/୩ଜି/୪ଜି ମୋଡରେ କରି ପାରିବେ।

ଯେଉଁ ଗ୍ରାହକମାନେ ବାରମ୍ବାର ରିଚାର୍ଜ କରି ବିରକ୍ତ ହୋଇଯାଉଛନ୍ତି ସେମାନେ ଏହି ବର୍ଷକର ପ୍ଲାନର ମଜା ଉଠାଇ ପାରିବେ। ଅର୍ଥାତ୍ ଯେଉଁ ଗ୍ରାହକ ଥରକରେ ଦୀର୍ଘ ଦିନର ପ୍ଲାନ୍ ରିଚାର୍ଜ କରିବାକୁ ଚାହୁଁଛନ୍ତି ସେମାନେ ୧୪୯୯ଟଙ୍କାର ପ୍ଲାନ୍ ରିଚାର୍ଜ କରିପାରିବେ। ଏହି ପ୍ଲାନରେ ସେମାନଙ୍କୁ ପ୍ରତିଦିନ ୧ଜିବି ଡାଟା ,ଅନଲିମିଟେଡ ଲୋକାଲ୍ ଏବଂ ନ୍ୟାସନାଲ୍ କଲର ଫାଇଦା ମିଳିବ। ଏହା ସହିତ ପ୍ରତିଦିନ ୧୦୦ଟି ଏସଏମଏସ ମିଳିବ। ଏହି ପ୍ଲାନର ଅବଧି ୩୬୫ଦିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.