ବିଭିନ୍ନ ପ୍ରକାର ବିରୋଧ ସତ୍ତ୍ବେ ଭୋଡ଼ାଫୋନ୍ ନେଲା ଯୁଗାନ୍ତକାରୀ ପଦକ୍ଷେପ : ଗ୍ରାହକଙ୍କ ପାଇଁ ଲଞ୍ଚ ହେଲା ଶସ୍ତା ପ୍ଲାନ

Published By : Prameya-News7 Bureau | January 12, 2019 IST

ନୂଆଦିଲ୍ଲୀ ୧୨/୧: ଭୋଡ଼ାଫୋନ୍ ଏବେ ଆଇଡିଆ ସହ ମିଶି ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ କମ୍ପାନୀରେ ପରିଣତ ହୋଇଛି। ଏହି କମ୍ପାନୀ ରିଲାଏନ୍ସ ଜିଓକୁ ମାତ୍ ଦେବା ପାଇଁ ଆଇଡିଆ ସହ ମିଶିବାର ନିଷ୍ପତ୍ତି ନେଇଥିଲା। ଏହି କମ୍ପାନୀ ଗତ ମାସରେ ନିଜର ଅତିକମ୍ ରିଚାର୍ଜ ପ୍ଲାନକୁ ଲଞ୍ଚ କରିଥିଲା ଏବଂ ଏହା ପ୍ରତି ମାସରେ ଗ୍ରାହକଙ୍କ ପାଇଁ ଅନିବାର୍ଯ୍ୟ କରି ଦିଆଯାଇଥିଲା ଯାହା ଫଳରେ ଏହି ଟେଲିକମ୍ କମ୍ପାନୀକୁ ଗ୍ରାହକମାନେ କଡ଼ା ବିରୋଧ କରିଥିଲେ। ଏବେ ଏହି କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବାପାଇଁ ଏକ ନୂଆ ପ୍ଲାନ୍ କରିଛି ।

wp:gallery {"ids":[73089]} /wp:gallery

ଭୋଡ଼ାଫୋନ୍ ନିଜର ଏକ ୧୬୯ଟଙ୍କାର ପ୍ଲାନ୍ ଲଞ୍ଚ୍ କରିଛି। ଭୋଡ଼ାଫୋନ୍ ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ୍ କଲିଂ ଏବଂ ଡାଟାର ସୁବିଧା ସହ ଏସଏମଏସର ସୁବିଧା ମଧ୍ୟ ଦେଉଛି। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ମିଳିବାକୁ ଯାଉଥିବା ଅନଲିମିଟେଡ ଭଏସ୍ କଲିଂ ଜରିଆରେ ଗ୍ରାହକଙ୍କୁ ଦିନକୁ ୨୫୦ମିନିଟ୍ ତଥା ସପ୍ତାହରେ ୧୦୦୦ମିନିଟ୍ ଦିଆଯିବ। ଏହା ସହିତ ଗ୍ରାହକ କେବଳ ୧୦୦ଟି ଅଲଗା ଅଲଗା ନମ୍ବରରେ କଲ୍ କରିପାରିବେ। ଏହି ପ୍ଲାନକୁ ନେବା ପରେ ଗ୍ରାହକଙ୍କୁ ୧ଜିବି ଡାଟା ପ୍ରତିଦିନ ବ୍ୟବହାର କରିବାକୁ ଦିଆଯିବ।

wp:gallery {"ids":[73090]} /wp:gallery

ଭୋଡ଼ାଫୋନର ଏହି ପ୍ଲାନରେ ଗ୍ରାହକଙ୍କ ପାଇଁ ଦୈନିକ ୧୦୦ଟି ଏସଏମଏସ୍ ରହିଛି। ଏହି ପ୍ଲାନର ଅବଧି ୨୮ଦିନ। ଭୋଡ଼ାଫୋନର ଏହି ପ୍ଲାନକୁ ପ୍ରଥମେ ୧୫୯ଟଙ୍କାରେ ଦିଆଯାଉଥିଲା କିନ୍ତୁ ଏବେ ଏହାକୁ ୧୬୯ଟଙ୍କାରେ ପରିବର୍ତ୍ତନ କରାଯାଇଛି। ଏହି ପ୍ଲାନକୁ ତେଲେଙ୍ଗାନା,କର୍ଣ୍ଣାଟକ,ଆନ୍ଧ୍ର ପ୍ରଦେଶ,ଚେନ୍ନାଇ ସମେତ ସବୁ ରାଜ୍ୟରେ ଉପଲବ୍ଧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.