oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍

13/08/2022 at 11:53 AM

ନୂଆଦିଲ୍ଲୀ, ୧୩|୦୮: ପପୁଲାର ମିଡିଆ ପ୍ଲେୟାର ସଫ୍ଟଓୟାର ଓ ଷ୍ଟ୍ରମିଂ ମିଡିଆ ପ୍ଲାଟଫର୍ମ ଭିଏଲସି ଭାରତରେ କାମ କରିବା ବନ୍ଦ କରିଦେଇଛି । ମିଡିଆନେମ୍ ରିପୋର୍ଟ ଅନୁସାରେ, ଭିଡିଓ ଲାନ୍ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ଏହି ଆପ୍ ପ୍ରାୟ ଦୁଇ ମାସ ହେଲା ଭାରତରେ ବ୍ଲକ୍ ହୋଇଥିଲା । କିନ୍ତୁ ସରକାର ଏନେଇ ଅଧିକ ତଥ୍ୟ ଦେଇନଥିଲେ ।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଏହାକୁ ସରକାର ଆଇଟି ଅଧିନିୟମ ୨୦୦୦ ଆଧାରରେ ବ୍ୟାନ୍ କରାଯାଇଛି । ଭିଏଲସି ଓ୍ୱେବସାଇଟ୍ ଓପନ୍ କଲେ ଆଇଟି ଆକ୍ଟ ଓ ବ୍ୟାନ୍ ସମ୍ବନ୍ଧୀୟ ଲେଖା ଆସୁଛି ।

फोटो: Twitter.

ଏହାର ଅର୍ଥ ଭାରତରେ କେହି କୌଣସି କାମ ପାଇଁ ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ନାହିଁ । ଯେଉଁମାନଙ୍କ ପାଖରେ ପୂର୍ବରୁ ଆପ୍ଲିକେସନ୍ ରହିଛି ତାହା ମଧ୍ୟ ଆଗକୁ ବନ୍ଦ ହୋଇଯାଇପାରେ ।ଏବେ ଏସିଟି ଫାଇବରନେଟ୍, ଭୋଡାଫୋନ-ଆଇଡିଆ ଓ ଅନ୍ୟ ସବୁ ଆଇଏସପିରେ ଭିଏଲସି ବଲ୍କ୍ ରହିଛି ।

ସୂଚନାଯୋଗ୍ୟ, ନିକଟରେ ସରକାର ପବଜୀ, ବିଜିଏମଆଇ ବ୍ଲକ୍ କରିଥିଲେ । ଏହାକୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ଟିକଟକ୍ ଓ କ୍ୟାମମାଷ୍ଟର୍ ମଧ୍ୟ ଦେଶରେ ବ୍ଲକ୍ ଅଛି । ଏହି ସବୁ ଆପ୍ ୟୁଜରଙ୍କ ତଥ୍ୟ ଚୀନକୁ ପ୍ରଦାନ କରୁଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଭିଏଲସି ଚୀନ୍ ନୁହେଁ ବରଂ ପ୍ୟାରିସ୍ ନିର୍ମିତ ଆପ୍ । କିନ୍ତୁ ଏହା ବିରୋଧରେ ମଧ୍ୟ ସରକାରଙ୍କୁ ଅଭିଯୋଗ ମିଳିଥିଲା ।

   Related Posts