ଶରୀର ଫୁଲିଲା, ହାତର ରଙ୍ଗ ବି ବଦଳିଲା; ରୁଷ ରାଷ୍ଟ୍ରପତି ପୁଟିନ ଅସୁସ୍ଥ !

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ରୁଷ ରାଷ୍ଟ୍ରପତିଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ରିପୋର୍ଟ ଅନୁସାରେ, କ୍ୟୁବା ନେତାଙ୍କ ସହ ବୈଠକ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ ହୋଇପଡିଥିଲେ । ପୁଟିନଙ୍କ ହାତର ରଙ୍ଗ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ହାତ ବାଇଗଣି ରଙ୍ଗରେ ହୋଇଥିଲା । ଦ ମିରରର ରିପୋର୍ଟ ଅନୁସାରେ, କ୍ୟୁବାର ନେତା ମିଗୁଏଲ ଡିୟାଜ-କ୍ୟାନେର ୱାଇ ବରମୁଡେଜଙ୍କ ସହ ଏକ ବୈଠକ ସମୟରେ ପୁଟନ ଅସହଜ ଦେଖାଯାଉଥିଲେ । ଏହାସହ ସେ ବସିଥିବା ଚୌକିକୁ ଜାବୁଡି ଧରିଥିବା ଦେଖିବାକୁ ମିଳିଥିଲେ।

ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷ ନେତାଙ୍କ ହାତ ବାଇଗଣି ରଙ୍ଗର ଦେଖାଯାଉଥିଲା । ଏହାସହ ପୁଟିନଙ୍କ ଶରୀର ଏବଂ ମୁହଁ ମଧ୍ୟ ଫୁଲି ଯାଇଥିଲା । ତାଙ୍କ ଶରୀର ହଳିଦିଆ ପଡି଼ ଯାଇଥିଲା।

ଭ୍ଲାଦିମିର ପୁଟିନ ମଧ୍ୟ ଲଗାତାର ନିଜ ଗୋଡ ହଲାଉଥିଲେ । କିଛି ରିପୋର୍ଟ ଅନୁସାରେ ସମ୍ଭବତଃ ସେ କ୍ୟାନସରରେ ପୀଡିତ ଅଛନ୍ତି । ଚଳିତ ମାସ ଆରମ୍ଭରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଭ୍ଲାଦିମିର ପୁଟିନ ଅନେକ ଗୁରୁତର ରୋଗରେ ପୀଡିତ ଅଛନ୍ତି । ୟୁକ୍ରେନ ସହ ଜାରି ଯୁଦ୍ଧର ଚାପ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଛି ।

ରିପୋର୍ଟରେ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ଡାକ୍ତର ଏବଂ ସମ୍ପର୍କୀୟ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି । ଗତ ମାସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଏଥିରେ ଭ୍ଲାଦିମିର ପୁଟିନଙ୍କୁ କାଶ, ମୁଣ୍ଡ ବୁଲାଇବା, ନିଦ ନ ଆସିବା ଏବଂ ପେଟରେ ଯନ୍ତ୍ରଣା ପରି ସମସ୍ୟା ଥିବା ଦାବି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.