ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
4/10/2018 at 8:40 PM

ନୁଆଜିଲ୍ଲୀ ୪/୧୦: ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୨ ଦିନିଆ ଭାରତ ଗସ୍ତର ଆସି ଆଜି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି ପୁଟିନ୍ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ସ୍ବାଗତ କରିଥିଲେ । ପୁଟିନଙ୍କ ୨ ଦିନିଆ ରହଣୀ ମଧ୍ୟରେ ଉଭୟ ଦେଶ ମଧ୍ୟରେ ୨୦ଟି ବୁଝାମଣା ପତ୍ର ସ୍ବାକ୍ଷର ହେବ । ଭାରତ ରୁଷ ମଧ୍ୟରେ ହେଉଥିବା ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ପୁଟିନ୍ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ରୁଷ ଭାରତକୁ ୫ ବିଲିୟନ ଡଲାର ମୂଲ୍ୟର S-400 ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ । ସେହିପରି ନଭେମ୍ବର ମାସରେ ୨ ଦେଶ ମଧ୍ୟରେ ସମରାଭ୍ୟାସ ଇନ୍ଦ୍ର ୨୦୧୮ ହେବ । ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ୍ଟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହେବ ।
Related Posts
କେରଳ ରାଜ୍ୟପାଳ କହିଲେ-ମୋତେ କାହିଁକି ଲୋକେ କହୁ ନାହାନ୍ତି ହିନ୍ଦୁ?
28 January 2023