ଗମ୍ଭୀର ମୁହଁରେ ହସ ଫୁଟାଇଲା ଛୋଟ ଝିଅ, ନାବାଳିକାର ଇଚ୍ଛା ପୂରଣ କରି ଚର୍ଚ୍ଚାରେ ପୁଟିନ୍
6/07/2023 at 10:01 AM

ମସ୍କୋ ୦୬/୦୭: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସଦାସର୍ବଦା ନଜର ଆସନ୍ତି ଗମ୍ବୀର ମୁଦ୍ରାରେ । ତାଙ୍କୁ ଦେଖିବାକୁ ମିଳେ ସିରିୟସ ଲୁକ୍ରେ । ହେଲେ ଏବେ କିନ୍ତୁ ବିଶ୍ୱ ଦେଖିଛି ତାଙ୍କର ଭିନ୍ନ ଅନ୍ଦାଜ୍ । ଜଣେ ୮ ବର୍ଷୀୟ ନାବାଳିକାକୁ ହସି ହସି ଭେଟୁଥିବାର ନଜର ଆସିଛନ୍ତି । ଆଉ ପୁଟିନ୍ଙ୍କ ଏହି ଫଟୋ ଦେଖି ତାଟକା ହୋଇଯାଉଛନ୍ତି ଲୋକେ । କେବଳ ଲୋକ ନୁହେଁ ସାରା ବିଶ୍ୱର ନେତୃବୃନ୍ଦ ବି ତାଜୁବ ।
ସୂଚନe ଥାଉକି, ଡେରବେଣ୍ଟର ଜଣେ ନାବାଳିକା ରାଇସତ୍ ଅକିପୋଭାଙ୍କୁ ପୁଟିନ୍ ମସ୍କୋକୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ପୁଟିନ୍ ତାଙ୍କୁ ଏକ ଫୋନ୍ କଲ୍ରେ କଥା ହେବାକୁ କହିଥିଲେ । ଆଉ ଫୋନ ଆରପଟେ ଥିଲେ ଅର୍ଥମନ୍ତ୍ରୀ । ଅକିପୋଭାଙ୍କ ସ୍ୱର ଶୁଣି ଅର୍ଥମନ୍ତ୍ରୀ ଆଣ୍ଟୋନ ସିଲିଆନୋଭ୍ ସେ ରହୁଥିବା ଅଞ୍ଚଳ ପାଇଁ ବଜେଟ୍ ମଞ୍ଜୁର କରାଇବାକୁ କହିଥିଲେ ।
Putin met with a girl from Derbent who was unable to see him during his trip to Dagestan
— 🇷🇺 Эсса Али 🆉 Essa Ali 🇦🇪 (@ESSA_A1I) July 4, 2023
Last week, a video of 8 years old Raisat Akipova crying appeared on social media , and today president Putin gave her and her family a tour in the Kremlin
🐻 🇷🇺 🐻 pic.twitter.com/5ruUFojRbs
ପୂର୍ବରୁ ଅକିପୋଭା ପୁଟିନ୍ଙ୍କୁ ଭେଟିବାକୁ ଚାହୁଁଥିଲେ । ଗତ ସପ୍ତାହରେ ଡାଗେସ୍ତୋନକୁ ପୁଟିନ୍ ଗସ୍ତ କରିବା ସମୟରେ କିନ୍ତୁ ଅକିପୋଭା ଭେଟିପାରିନଥିଲେ । ତେଣୁ ସେ ସେତେବେଳେ କାନ୍ଦି ପକାଇଥିଲେ । ଏହାର ଫଟୋ ଦେଖିବା ପରେ ପୁଟିନ୍ ତାଙ୍କୁ ଏବଂ ତାଙ୍କ ବାପା ମାଆଙ୍କୁ ମସ୍କୋକୁ ନିମନ୍ତ୍ରଣ କରିଥିଲେ । ମଙ୍ଗଳବାର ପୁଟିନ୍ ଅକିପୋଭାକୁ ଏକ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।