ଅପଟୁଡେଟ୍ ନୁହନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ; ସମୟ ସହ ଦେଇ ପାରିଲେନି ତାଳ, ଇଅର୍ ଫୋନ୍ ଲଗେଇ ନପାରି ହେଲେ ଅପଦସ୍ତ

Published By : Prameya-News7 Bureau | September 16, 2022 IST

ନୂଆଦିଲ୍ଲୀ:  ସମୟ ସହ ତାଳ ଦେଇ ପାରିଲେନି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍। ଡିଜିଟାଲ ଯୁଗରେ ବି ଅପଟୁଡେଟ୍ ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।  ଯେଉଁଥିପାଇଁ ସେ ହୋଇଛନ୍ତି ଅପଦସ୍ତ। ଆମେ ଏମିତି କାହିଁକି କହୁଛୁ ଜାଣିଛନ୍ତି।  ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସମ୍ମୁଖରେ ବସିଥିବା ସମୟରେ ଇୟରଫୋନ୍ ଓ ଟ୍ରାନ୍ସଲେଟର ଟୁଲ୍  ଲଗାଇ ନ ପାରି ଅସହଜ ମନେ କରିଥିଲେ। ଯାହାକୁ ନେଇ ସେ ହୋଇଛନ୍ତି ଟ୍ରୋଲର୍ସଙ୍କ ଶିକାର।  ଉଜବେକିସ୍ତାନ ବୈଠକରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ଯ୍ୟ ଭ୍ଲାଦିମିର ପୁଟିନଙ୍କୁ ହସାଇ ଦେଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମଧ୍ୟ ଏହାର ଭିଡିଓ ସେୟାର କରିଛି।

wp:html /wp:html

ଏସସିଓ ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଯେତେବେଳେ ଭ୍ଲାଦିମିର ପୁଟିନ ନିଜ କଥାବାର୍ତ୍ତା ଆରମ୍ଭ କଲେ, ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୁଭବ କଲେ ଯେ ସେ କିଛି ବୁଝି ପାରୁନାହାଁନ୍ତି କାରଣ ତାଙ୍କର ଟ୍ରାନ୍ସଲେଟର ଟୁଲ୍ କାମ କରୁନାହିଁ । ଏହା ପରେ ସେ ସାଧନକୁ ଠିକ୍ କରି କାନରେ ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ତାଙ୍କ ଇୟରଫୋନ୍ ମଧ୍ୟ ତାଙ୍କ କାନରୁ ଖସିଯାଏ।  ଏହି ଦୃଶ୍ୟ ଦେଖି ପୁଟିନ୍ ନିଜ ହସ ରୋକି ପାରିନଥିଲେ। ଭିଡିଓରେ ଦେଖିବାକୁ ମିଳେ ଯେ ଯେତେବେଳେ ପାକ୍ ପିଏମ୍ ସରିଫ ଇୟରଫୋନ୍ ଲଗାଇବାରେ ବିଫଳ ହୁଅନ୍ତି, ସେତେବେଳେ ସେ ଇଂରାଜୀରେ କୁହନ୍ତି - କେହି ମୋତେ ସାହାଯ୍ୟ କରିପାରିବେ କି? ଏହା ପରେ, ମିଟିଂ ହଲରେ ଉପସ୍ଥିତ ଅଧିକାରୀମାନେ ସେମାନଙ୍କର ଅନୁବାଦକ ସାଧନ ସହିତ ଇୟରଫୋନକୁ ସଠିକ୍ ଭାବରେ କାନରେ ଲାଗାଇଥିଲେ। ତେବେ ପୁଟିନ କହିବା ଆରମ୍ଭ କରିବା ମାତ୍ରେ ସରିଫଙ୍କ ଇୟରଫୋନ୍ ପୁଣି ଖସିଗଲା ଏବଂ ପୁଟିନ୍ ପୁଣି ହସିଲେ। ଏହି ପରି ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପୁଟିନଙ୍କ ସମ୍ମୁଖରେ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଦ୍ୱିତୀୟ ଥର ଅଧିକାରୀମାନେ ଆସି ପୁଣି ଇୟରଫୋନ୍ ଠିକ୍ କରନ୍ତି। ତେବେ ଏହି ଘଟଣାରେ ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର୍ସ ଏବଂ ଇମ୍ରାନ ଖାନଙ୍କ କର୍ମୀମାନେ ତାଙ୍କୁ ଖରାପ ଟ୍ରୋଲ କରିବା ଆରମ୍ଭ  କରିଥିଲେ।

କୋଭିଡ କଟକଣା ହଟିବା ପରେ ଏହା ହେଉଛି ପ୍ରଥମ ଏସସିଓର ବ୍ୟକ୍ତିଗତ ସମ୍ମିଳନୀ। ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆଠଟି ସଦସ୍ୟ ରାଷ୍ଟ୍ରର ନେତାମାନେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.