କଟକ: କଟକରେ ବିଜେଡି ଷ୍ଟାର କ୍ୟାମ୍ପେନର ଭି.କେ.ପାଣ୍ଡିଆନଙ୍କ ରୋଡ୍ ସୋ’ । ରୋଡ୍ ସୋ’ କରି ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ କରୁଛନ୍ତି ଭି.କେ.ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ବିରୋଧୀଙ୍କୁ ନିଶାନା କରିଛନ୍ତି ପାଣ୍ଡିଆନ୍ ।
ପାଣ୍ଡିଆନ କହିଛନ୍ତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ପ୍ରଥମ କାମ ହେବ ବିଜୁଳି ବିଲ୍ ଫ୍ରି କରିବା । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ ଯୋଜନାରେ ମଞ୍ଜୁର କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ କାମ ହେବ । ଏହା ଦ୍ବାରା ରାଜ୍ୟର ୯୦ ପ୍ରତିଶତ ପରିବାର ଉପକୃତ ହେବେ ବୋଲି କହିଛନ୍ତି ପାଣ୍ଡିଆନ୍ । ରୋଡ୍ ସୋ’ ସମୟରେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରୁଛନ୍ତି ଲୋକେ ।
ବରିଷ୍ଠ ବିଜେଡି ନେତା ତଥା ଫାଇଭ୍ ଟି ଅଧକ୍ଷ ଭି କାର୍ତ୍ତିକେୟ ପଣ୍ଡିଆନ। କଟକ ସହରର ମାଛୁଆ ବଜାର ଠାରୁ ଆରମ୍ଭ ହୋଇଥିଲା ରୋଡ ସୋ। ହାଓଡ଼ା ମୋଟର ଛକ, ମଣି ସାହୁ, ଛକ, ବକ୍ସି ବଜାର , ଚୌଧୁରୀ ବଜାର ଚାନ୍ଦିନୀ ଚୌକ, ଚଣ୍ଡୀ ଛକ ଦେଇ ବିଡା ନାଶି ବଉଳା ଛକ ରେ ଶେଷ କରିଥିଲେ। ଏହି ରୋଡ ସୋ ସମୟରେ କଟକ ମେୟର, ସାଂସଦ ପ୍ରାର୍ଥୀ ,ବିଧାୟକ ପ୍ରାର୍ଥୀ ବରିଷ୍ଠ ବିଜେଡି ନେତା ମାନେ ଉପସ୍ଥିତ ଥିଲେ। ହଜାର ହଜାର ସଂଖ୍ୟାରେ ଲୋକ ଓ କର୍ମୀ ମାନେ ଭି କେ ପଣ୍ଡିଆନ ଙ୍କ ରୋଡ ସୋ ରେ ସାମିଲ ହୋଇଥିଲେ। ଏହି ରୋଡ ସୋ ସମୟରେ ଦଳୀୟ ପ୍ରଚାର୍ କରିବା ସହ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ ପଣ୍ଡିଆନ।ସେହିଭଳି କଟକ ରେ ଏହି ରୋଡ ସୋ ର ପ୍ରଭାବ ଭୋଟ ଉପରେ ପଡ଼ିବ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ।ସେହିଭଳି ଉପସ୍ଥିତ ଲୋକମାନେ ମଧ୍ୟ ବେଶ୍ ଖୁସି ପ୍ରକଟ କରିଛନ୍ତି।