ନୀଳଗିରିରେ ଭିକେ ପଣ୍ଡିଆନଙ୍କ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

Published By : Prameya-News7 Bureau | May 28, 2024 IST

ନୀଳଗିରି: ମଙ୍ଗଳବାର ନୀଳଗିରି ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ। ନୀଳଗିରି ବ୍ଲକ ଅଧିନ ବଣଭୂଇଁ ପଡ଼ିଆରେ ହେଲିକ୍ୟାପର ରେ ଓଲ୍ହାଇ ସଧାରଣ ସଭାରେ ଯୋଗ ଦେଇଥିଲେ। ସଭାରେ ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ଡବଲ ଫୁଲରେ ଜିତାଇବାକୁ ଆହ୍ୱାନ ଦେଇଥିଲେ। 

ଏହି ଅବସରରେ ଅଞ୍ଚଳରେ ଜଗନ୍ନାଥ ମନ୍ଦିରର ବିକାଶ, ପଞ୍ଚଲିଙ୍ଗେଶ୍ୱର ମନ୍ଦିରର ବିକାଶ ସହିତ ଗାଁ ଗାଁର ‌ମନ୍ଦିରର ବିକାଶ, ଆଦିବାସୀ ମାନଙ୍କର ଜାହିରା ସହିତ ତାଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏସଡିସି ସଂସ୍ଥା ଭଳି ହୋଇଥିବା ବିକାମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ ପାଣ୍ଡିଆନ।  

ଏହି ଅବସରରେ ଭିକେ ପାଣ୍ଡିଆନ୍ ଲୋକଙ୍କୁ କେନ୍ଦ୍ର ସରକାର କିପରି ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ତାହା କହିଥିଲେ। ସେ କହିଛନ୍ତି କେନ୍ଦ୍ର ସରକାର ଗ୍ୟାସ, ତେଲ, ପେଟ୍ରୋଲ, ଡାଲି, ଅତ୍ୟାବଶ୍ୟକ ସାମଗ୍ରୀର ଦାମକୁ କମ୍ କରିବାରେ ବିଫଳ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.