ଅନୁଗୁଳରେ ମହାପ୍ରଭୁ ଓ ବୁଢି ଠାକୁରାଣୀଙ୍କ ଦର୍ଶନ କଲେ ପାଣ୍ଡିଆନ୍, ଶୁଣିଲେ ଲୋକଙ୍କ ଅଭିଯୋଗ

Published By : Prameya-News7 Bureau | May 14, 2024 IST

ଅନୁଗୁଳ ୧୪/୦୫: ଅନୁଗୁଳ ଗସ୍ତରେ ଭି.କେ ପାଣ୍ଡିଆନ । ଗସ୍ତର ଦ୍ବିତୀୟ ଦିନରେ ସକାଳ ୯ଟାରେ ଶୈଳ ଶ୍ରୀକ୍ଷେତ୍ରରେ ଜଗନ୍ନଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ପରେ ମାଆ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି। 

ଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ରାଜ୍ୟରେ ବିଜୁ ଜନତା ଦଳ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେହି ପ୍ରାର୍ଥନା କରିଛନ୍ତି । 

ସାଥିରେ ଢେଙ୍କାନାଳ ସାଂସଦ ଅବିନାଶ ସାମଲ ଏବଂ ଆନୁଗୁଳ ବିଧାୟକ ପ୍ରାର୍ଥୀନୀ ସଂଯୁକ୍ତା ସିଂହ ଏବଂ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ପରେ ପରେ ଅନୁଗୁଳ ସଭାଘର ଠାରେ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେଇ ଅଭିଯୋଗ ଶୁଣାନୀରେ ଯୋଗ ଦେଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.