ଯାଜପୁର ଗସ୍ତରେ ଯିବେ 5T ଅଧ୍ୟକ୍ଷ, ଦୁଇଟି ବିଶାଳ ସମାବେଶରେ ଦେବେ ଯୋଗ

Published By : Prameya-News7 Bureau | February 13, 2024 IST

ଯାଜପୁର ୧୩।୦୨ : ମଙ୍ଗଳବାର ଯାଜପୁର ଗସ୍ତରେ 5T ଅଧ୍ୟକ୍ଷ । ଯାଜପୁର ଜିଲ୍ଲାରେ ନୂଆ ଓଡିଶା ମହୋତ୍ସବ  ଭବ୍ୟ ଆକାରରେ ଆୟୋଜନ କରାଯାଇଛି। ଯାହାକି ଯୁବ ଓ ଛାତ୍ର ସମାବେଶର ଆୟୋଜନ କରାଯାଇଛି। ଯେଉଁ ଠାରେ  ପ୍ରତ୍ୟେକ୍ଷ ଭାବେ ଯୁବକ ଗୋଷ୍ଠୀଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବା ସହ ସରକାରଙ୍କ ସଫଳତାକୁ ଲୋକାଭିମୁଖୀ କରାଇବେ। 

ସେହିପରି ଯାଜପୁର ସହରର ଏନସି କଲେଜ ପଡିଆ ଠାରେ ଜିଲ୍ଲାର ବିଭିନ୍ନ କଲେଜରୁ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବାକୁ ଥିବା ବେଳେ କୁସୁମା ପଡିଆରେ ୨୦ ହଜାର ଯୁବ କର୍ମୀ ସାମିଲ ହେବେ। 5T ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ  ପ୍ରଥମ ପର୍ଯ୍ୟାୟରେ ଏନସି କଲେଜ ପଡିଆ ନୂଆ –ଓ  ମହୋତ୍ସବରେ ଯୋଗ ଦେବେ। ଯାହାକି ପାଖାପାଖି ୪୦ ମିନିଟ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ।  ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନକୁ ସାମିଲ କରାଯାଇଛି। ଅନ୍ୟପଟେ କୁସୁମା ପଡିଆରେ ମଧ୍ୟ ଭବ୍ୟ ଆୟୋଜନ ରହିଛି। ଏହି କାର୍ଯ୍ୟକ୍ରମକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

wp:embed {"url":"https://www.prameyanews7.com/bjd-declared-2-rajya-sabha-candiate-for-rajya-sabha-election/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjd-declared-2-rajya-sabha-candiate-for-rajya-sabha-election/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.