ଭୁବନେଶ୍ୱର ୨୩।୦୫: ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ । ମୁଖ୍ୟମନ୍ତ୍ରୀ ସବୁବେଳେ ଯୁବ ପୀଢ଼ିଙ୍କ ସହିତ ରହିଛନ୍ତି । ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଅଣାଯିବ ୧ ଲକ୍ଷ କୋଟି ଯୁବ ବଜେଟ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବ ପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ ରଖିଛନ୍ତି ସରକାର । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି । ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ପାଞ୍ଚ ଶହ ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲ ରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବ ପୀଢ଼ିଙ୍କ ସହିତ ରହିଛନ୍ତି। ଯୁବ ପୀଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ।