ହିନ୍ଦୋଳରେ ପାଣ୍ଡିଆନ୍‌ଙ୍କ ପ୍ରଚାର, ସିଏମ୍‌ ପ୍ରାର୍ଥୀ ଘୋଷଣା ପାଇଁ ବିଜେପିକୁ ପୁଣି ଦେଲେ ଆହ୍ବାନ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ବର ୧୩।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି । ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ବିଭିନ୍ନ ସ୍ଥାନରେ ମାରାଥନ୍ ପ୍ରଚାର କରି ବିରୋଧୀଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ଏହି ଅବସରରେ ପାଣ୍ଡିଆନ୍ ପୁଣି ବିରୋଧୀଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି । ପାଣ୍ଡିଆନ୍ କହିଛନ୍ତି, ମହାପ୍ରଭୁ ବୁଦ୍ଧି ଦିଅନ୍ତୁ, ମିଛ କହିବାର ସୀମା ରଖନ୍ତୁ ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ବୋଲି ବିଜେପି ନିଷ୍ପତ୍ତି ନେଇଥିଲା । ପ୍ରେସମିଟ୍‌ରେ ଜଣେ ମହିଳାଙ୍କ ନାଁ ଘୋଷଣା କରିବାର ଥିଲା । ନିର୍ଦ୍ଧାରିତ ସମୟର ପ୍ରାୟ ଘଣ୍ଟାଏ ଡେରିରେ ହେଲା ପ୍ରେସ୍ କନଫରେନ୍ସ । ନିଜ ଭିତରେ ଝଗଡ଼ା ଲାଗି ବିଳମ୍ବରେ ହେଲା ପ୍ରେସ୍ କନଫରେନ୍ସ ।

ପାଣ୍ଡିଆନ୍ କହିଥିଲେ ଆହ୍ବାନ ଦେଉଛି, ଦମ୍‌ ଅଛି ତ ବିଜେପି ତାଙ୍କର ସିଏମ୍ ପ୍ରାର୍ଥୀ ଘୋଷଣା କରନ୍ତୁ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପାଣ୍ଡିଆନ୍ । ୧୦ ବର୍ଷରେ ଢେଙ୍କାନାଳ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ପାଣ୍ଡିଆନ୍ କହିଛନ୍ତି । ତାଙ୍କର ଆନ୍ତରିକତା ନାହିଁ, ସେବା ମନବୃତ୍ତି ନାହିଁ । କେନ୍ଦ୍ରମନ୍ତ୍ରୀ ଯେମିତି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି କରୁଛନ୍ତି ସେତିକି ଅବସ୍ଥା ହୋଇ ହାରିବେ । କେନ୍ଦ୍ରମନ୍ତ୍ରୀଙ୍କୁ ହିନ୍ଦୋଳବାସୀ ଉଚିତ୍‌ ଜବାବ ଦେବେ ବୋଲି ପାଣ୍ଡିଆନ୍ କହିଛନ୍ତି ।

ବିଜେପି ସରକାର ଦିନରେ ଲଣ୍ଠନ ଦେଖାଇବା ଆରମ୍ଭ କରିଛନ୍ତି । ସରକାର ଗଠନ ପରେ ପ୍ରଥମ ଦସ୍ତଖତ କରିବେ । କାହାକୁ ବିଜୁଳି ଦେବାକୁ ପଡିବନି । ବିଜେପୁର ଉପ ନିର୍ବାଚନରେ ନବୀନ ବାବୁଙ୍କ ଉପରକୁ ଚପଲ ମାରିଲେ, ୪୦ ହଜାର ଭୋଟ୍‌ରେ ହାରିଲେ । ଶ୍ରୀମନ୍ଦିର ପରିକ୍ରମା ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରାଇଥିଲେ । ଜନତା ଜବାବ ଦେଲେ । ୩୦ ରୁ ୩୦ ଜିଲ୍ଲା ପରିଷଦରେ ଆଶୀର୍ବାଦ ଦେଲେ । 

You Can Read :

ନିର୍ବାଚନ କାର୍ଯ୍ୟରେ ଅବହେଳା, ୨ ଜଣ ପୋଲିଂ ଅଧିକାରୀ ସସ୍‌ପେଣ୍ଡ : ସିଇଓ

 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.