ଭାରତୀୟ ବଜାରରେ ଲଞ୍ଚ ହେଲା Vivo ର ନୂଆ ବଜେଟ୍ ସ୍ମାର୍ଟଫୋନ୍, ଏମିତି ରହିଛି ଫିଚର୍ସ…
5/12/2022 at 9:34 PM

ନୂଆଦିଲ୍ଳୀ, ୫/୧୨: ସ୍ମାର୍ଟଫୋନ୍ କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଛି। Vivo Y02 କୁ କମ୍ପାନୀ ବଜେଟ୍ ସେଗମେଣ୍ଟରେ ଲଞ୍ଚ କରିଛି। ଏହି ଫୋନ୍ରେ ୬.୫୧ ଇଞ୍ଚ ଏଚଡି+ ଡିସ୍ପ୍ଲେ ଏବଂ ଅକ୍ଟାକୋର୍ ମିଡିଆଟେକ୍ ପ୍ରାସେସର ସହ ଅନେକ ଫିଚର୍ସ ଦେଖିବାକୁ ମିଳିବ। କମ୍ପାନୀ ଏହାକୁ ସିଙ୍ଗିଲ୍ ଭାରିଏଣ୍ଟରେ ଲଞ୍ଚ କରିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ଏବଂ ଦାମ୍।
ଏଭଳି ରହିଛି ଏହାର ଫିଚର୍ସ:
ଏହି ନୂଆ ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୨ ଗୋ ଏଡିସନ ବେସ୍ଡ Funtouch OS 12 ଦ୍ବାରା ପରିଚାଳିତ। ଏଥରେ ୬.୫୧ ଇଞ୍ଚର ଏଚଡି+ ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନ୍ରେ ୩ଜିବି ରାମ୍ ସହ ଅକ୍ଟାକୋର୍ MediaTek P22 ପ୍ରୋସେସର ରହିଛି। ଫଟୋଗ୍ରାଫୀ ପାଇଁ ଏଥିରେ ୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମରା ଏବଂ ସେଲ୍ଫି ପାଇଁ ୫ ମେଗାପିକ୍ସଲର କ୍ୟାମେରା ରହିଛି। କ୍ୟାମେରାରେ ଅନେକ ଫିଚର୍ସ ମଧ୍ୟ ରହିଛି।
ଫୋନରେ ୩୨ ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ରହିଛି ଯାହାକୁ ଆପଣ କାର୍ଡ ଦ୍ବାରା ୧ ଟିବି ପର୍ଯ୍ୟନ୍ତ ବଢ଼ାଇପାରିବେ। ଏହି ସ୍ମାର୍ଟଫୋନରେ ୫୦୦୦ ଏମଏଏଚ ବ୍ୟାଟେରୀ ରହିଛି ଯାହା ୧୦ ଓ୍ବାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି। ଫୋନର ଓଜନ ପ୍ରାୟ ୧୮୬ ଗ୍ରାମ ରହିଛି।
ଫୋନର ଦାମ୍ ଏହାର ସିଙ୍ଗିଲ୍ ଭାରିଏଣ୍ଟର ୩ଜିବି+୩୨ ଜିବି ଭାରିଏଣ୍ଟର ଦାମ୍ ୮,୯୯୯ ଟଙ୍କା ରହିଛି। ଏହାକୁ ବ୍ଲୁ ଏବଂ ଗ୍ରେ କଲର ଅପ୍ସନରେ ଲଞ୍ଚ କରାଯାଇଛି। ଗ୍ରାହକ ଏହାକୁ ଭିଭୋ ଇ-ଷ୍ଟୋର ଏବଂ ଅଫଲାଇନ ରିଟେଲ ଷ୍ଟୋରରୁ କିଣିପାରିବେ।