ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଇଡିର ମହା ଖୁଲାସା, ଟ୍ୟାକ୍ସରୁ ବଞ୍ଚିବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନ୍‌ ପଠାଇଛି VIVO

7/07/2022 at 8:58 PM

ନୂଆଦିଲ୍ଲୀ, ୦୭/୦୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗୁରୁବାର ଏକ ବଡ଼ ଖୁଲାସା କରିଛି । ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ VIVO ଟ୍ୟାକ୍ସ ଦେବାରୁ ବଞ୍ଚିବା ପାଇଁ ୬୨,୪୭୬ କୋଟି ଟଙ୍କା ଚିନ୍‌କୁ ପଠାଇଦେଇଥିବା ଇଡି କହିଛି । VIVO ଇଣ୍ଡିଆ ଚଳିତ ବର୍ଷ ବିକ୍ରି କରିଥିବା ମୋଟ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୬୨,୪୭୬ କୋଟି ଟଙ୍କା ବିଦେଶକୁ ଟ୍ରାନ୍ସଫର କରିଦେଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ କହିଛି ଯେ VIVO ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହା ସହିତ ସମ୍ବନ୍ଧିତ ୨୩ କମ୍ପାନୀ ବିରୋଧରେ ବୁଧବାର ହୋଇଥିବା ମିଳିତ ସର୍ଚ୍ଚ ଅଭିଯାନ ପରେ ଏହାର ବ୍ୟାଙ୍କ୍‌ ଖାତାରେ ଜମା ଥିବା ୪୬୫ କୋଟି ଜବତ ହୋଇଛି । ଏହଛଡ଼ା ୭୩ ଲକ୍ଷ ନଗଦ ଟଙ୍କା, ୨ କେଜି ସୁନା ମଧ୍ୟ ଜବତ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭିଭୋର ପୂର୍ବତନ ନିର୍ଦ୍ଦେଶକ ବିନ୍‌ ଲାଓ ଭାରତରେ କିଛି କମ୍ପାନୀ କରିବା ପରେ ୨୦୧୮ରେ ଦେଶ ଛାଡ଼ିଥିଲେ । ଏବେ ସେହି କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଏଜେନ୍ସି ନଜର ରଖିଛି ।

ଭିଭୋ ଇଣ୍ଡିଆର କର୍ମଚାରୀ ତଲାସି ବେଳେ ସହଯୋଗ କରିନଥିବା ଇଡି କହିଛି । ଦୌଡ଼ି ଯାଇ ଡିଜିଟାଲ୍‌ ଉପକରଣ ଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଏଜେନ୍ସିର ତଲାସି ଟିମ୍‌ ଏହି ଡିଜିଟାଲ୍‌ ତଥ୍ୟ ହାସଲ କରିବାରେ ସଫଳ ହୋଇଥିବା ଇଡି କହିଛି ।  

   Related Posts