scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିବେକ ଅଗ୍ନିହୋତ୍ରୀ କଲେ ଅଲିଆଙ୍କ ପ୍ରଶଂସା, କହିଲେ ସେ ମୋ ପରିବାରର ଅଂଶ

1/10/2023 at 5:00 PM

ମୁମ୍ବାଇ 1/10 : ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଖୁବ୍ କମ୍ ବଲିଉଡ୍ ଷ୍ଟାରଙ୍କର କରନ୍ତି ପ୍ରଶଂସା।  ନିକଟରେ  ଏକ ସାକ୍ଷାତକାରରେ  ସେ  ଆଲିଭଟ୍ଟଙ୍କର କରିଛନ୍ତି ପ୍ରଶଂସା। ଆଉ କହିଛନ୍ତି  ସେ ଖୁବ୍ ମାଚ୍ୟୁଆର। ସେ ନିଜ କାମ ପାଇଁ ଖୁବ୍ ସିରିଅସ୍ ଓ କ୍ରେଜି। ବିବେକ ଏକଥା ବି କହିଛନ୍ତି ସେ ଆଲିଆଙ୍କ କାମର ଜଣେ ବଡ଼ ପ୍ରଶଂସକ। ମୁଁ ତାଙ୍କୁ ନିଜ ଘରର  ସଦସ୍ୟ ଭଳି ମାନିଥାଏ। ସେ ଗତ କିଛି ବର୍ଷ ହେବ ଅନେକ ଭଲ ଭଲ ପ୍ରୋଜେକ୍ଟରେ କାମ କରିଛନ୍ତି ଆଉ କରିଛନ୍ତି ଖୁବ୍ ଉନ୍ନତି ।

ତାଙ୍କର ସୃଜନଶୀଳ ବୁଦ୍ଧି ଅଛି ତେଣୁ ମୁଁ ତାଙ୍କୁ ପସନ୍ଦ କରେ। ସେ ସର୍ବସାଧାରଣରେ ନିଜକୁ ଉପସ୍ଥାପନା କରନ୍ତି ତାହା ଖୁବ୍ ପ୍ରଶଂସନୀୟ । ଯେତେବେଳେ ବି କୌଣସି ଆଲୋଚନା ହୁଏ ମୁଁ ତାଙ୍କ ବିଷୟରେ କୌଣସି ନକାରାତ୍ମକ କଥା ଶୁଣିନି। ଜଣେ ଅଭିନେତା କିପରି ପରିପକ୍ୱ ହେବା ଉଚିତ୍ ଆଲିଆ ତାର ଏକ ଭଲ ଉଦାହରଣ ।ବିବେକ ପୁଷ୍ପା ଫେମ୍ ଅଭିନେତା ଅଲୁ ଅର୍ଜୁନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।

ଆପଣଙ୍କୁ ଏଠି କହି ରଖୁଛୁ ଯେ, ଉଭୟ ଆଲିଆ ଏବଂ ଅର୍ଜୁନ ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଜିତିଛନ୍ତି। ‘ଗଙ୍ଗୁବାଇ କାଥିଆୱାଡି’ ପାଇଁ ଆଲିଆ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏଥି ସହିତ ଅଲୁ ‘ପୁଷ୍ପା’ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ଜିତିଛନ୍ତି। କ୍ରିତି ସାନନ୍ ଆଲିଆଙ୍କ ସହ ଫିଲ୍ମ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଯାହାକୁ ବିବେକ ଅଗ୍ନିହୋତ୍ରୀ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଛନ୍ତି – ପଲ୍ଲବୀ ଯୋଶୀ ଏବଂ ମୁଁ ଫିଲ୍ମ ‘ମିମି’ ଦେଖୁଥିଲୁ ଏବଂ ଅନୁଭବ କରିଥିଲୁ ଯେ କ୍ରିତି ଜଣେ ପରିପକ୍ୱ ଏବଂ ଉତ୍କୃଷ୍ଟ ଅଭିନେତ୍ରୀ।

ବିବେକ ଅଗ୍ନିହୋତ୍ରୀ କାଶ୍ମୀର ଫାଇଲ ପରି ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଦ ଭ୍ୟାକ୍ସିନ୍ ୱାର୍’  ରିଲିଜ ହୋଇଛି। ଯେଉଁଥିଲେ କରୋନା ଅବଧି ସମୟରେ ଭ୍ୟାକ୍ତି ତିଆରି ପ୍ରସଙ୍ଗ ଦର୍ଶାଯାଇଛି।

   Related Posts