ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି କହିଲେ ବିବେକ ଓବେରାୟ : ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲର ଶିକାର,

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଳୀ୨୬|୮: ପୁଲଓ୍ବାମା ଆକ୍ରମଣ ଘଟଣା ପରେ ପାକିସ୍ତାନର ଆତଙ୍କବାଦୀ ଆଡ଼ା ବାଲୋକୋଟ ଉପରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ କରିଥିଲା।ବାଲାକୋଟ ଉପରେ ଫିଲ୍ମ ନିର୍ମାଣ ହେବ ବୋଲି ଘୋଷଣା ସରିଛି। ତିନୋଟି ଭାଷାରେ ଏହି ଫିଲ୍ମ ରିଲିଜ କରାଯିବ।ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ ସମୟରେ ପାକିସ୍ତାନର ସେନାଙ୍କ ଦ୍ବାରା ବନ୍ଦୀ ହୋଇଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଚରିତ୍ର​‌ରେ ଅଭିନୟ କରିବେ ବିବେକ ଓବେରାୟ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।  ବାଲାକୋଟ ଟ୍ରୁ-ଷ୍ଟୋରୀ ନିର୍ମାଣ ପାଇଁ  ଅଭିନେତା ତଥା ପ୍ରଯୋଜକ ବିବେକ ଓବେରାୟ ଘୋଷଣା କରିଛନ୍ତି। ବିବେକଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛି।

 ଜଣେ ୟୁଜର୍ସ ଲେଖିଛନ୍ତି, ଅକ୍ଷୟ କୁମାର ହେବାକୁ ଚେଷ୍ଟା କରୁଛନ୍ତି ବିବେକ ଓବେରାୟ। ତାଙ୍କୁ ସଫଳତା ମିଳିବ ନାହିଁ। ଅକ୍ଷୟ କୁମାର ତାଙ୍କ ସିକ୍ରେଟସ୍‌ କାହାକୁ କହନ୍ତି ନାହିଁ।

{"id":149314}
wp:core-embed/twitter {"url":"https://twitter.com/taran_adarsh/status/1164778920178176000","type":"rich","providerNameSlug":"twitter","className":""}
https://twitter.com/taran_adarsh/status/1164778920178176000
/wp:core-embed/twitter

ବିବେକ ଓବେରାୟଙ୍କୁ ଜଣେ ୟୁଜର୍ସ କଟାକ୍ଷ କରି ଲେଖିଛନ୍ତି, ମୋଦିଙ୍କ ଉପରେ ଆଧାରିତ ଯେଉଁ ଫିଲ୍ମରେ ଇମୋସନାଲ ଅଭିନୟ କରିଥିଲେ ସେଥିପାଇଁ ଲୋକେ କାନ୍ଦି ନଥିଲେ। ହେଲେ ତାଙ୍କ ଅଭିନୟ ଦେଖି ଲୋକ କାନ୍ଦି ପକାଇଥିଲେ। ତାଙ୍କର ଫିଲ୍ମ କରିବା ସେତିକି ଥାଉ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି।

{"id":149315}
wp:core-embed/twitter {"url":"https://twitter.com/AwaraKhalnayak/status/1164779138504220673","type":"rich","providerNameSlug":"twitter","className":""}
https://twitter.com/AwaraKhalnayak/status/1164779138504220673
/wp:core-embed/twitter

 ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସସସ୍ତେ ଭାବୁଥିଲେ ଅଭିନନ୍ଦନଙ୍କ ଚରିତ୍ରରେ ଅକ୍ଷୟ କୁମାର କିମ୍ବା ଜନ ଆବ୍ରାହମ ଅଭିନୟ କରିବେ। ହେଲେ ବିବେକ ବାଜି ମାରି ନେଲେ।

wp:core-embed/twitter {"url":"https://twitter.com/taran_adarsh/status/1164778920178176000","type":"rich","providerNameSlug":"twitter","className":""}
https://twitter.com/taran_adarsh/status/1164778920178176000
/wp:core-embed/twitter

ସୂଚନା ମୁତାବକ, ଆମେରିକାରେ ଆୟୋଜିତ ଇଣ୍ଡିଆ ଡେ ପାରେଡ୍‌ରେ ଭାଗ ନେବାକୁ ଯାଇଥିବା ବିବେକ ଓବେରାୟଙ୍କୁ ପିଏମ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଫିଲ୍ମ ପାଇଁ ବହୁତ ପ୍ରଶଂସା ମିଳିଥିଲା।ଏହି ପ୍ରଶଂସା ପାଇବା ପରେ ଟ୍ରୁ-ବାଲାକୋଟ ଷ୍ଟୋରୀ  ନିର୍ମାଣ କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ।ହିନ୍ଦୀ ବ୍ୟତୀତ ତାମିଲ ଓ ତେଲଗୁ ଭାଷାରେ ମଧ୍ୟ ଏହି ଫିଲ୍ମ ରିଲିଜ ହେବ ବୋଲି ବିବେକ କହିଛନ୍ତି।ଜମ୍ମୁ-କଶ୍ମୀର, ଦିଲ୍ଲୀ ଓ ଆଗ୍ରାରେ ଏହି ଫିଲ୍ମ ସୁଟିଂ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.