ବିବେକଙ୍କୁ ଡିପ୍ରେସନ୍‌ରୁ ବାହାର କରିଥିଲେ ଅକ୍ଷୟ, କହିଲେ-ସେ ମୋର ପ୍ରକୃତ ବନ୍ଧୁ

Published By : Prameya-News7 Bureau | February 27, 2024 IST

ମୁମ୍ଵାଇ ୨୭।୦୨: ବଲିଉଡ୍‌ର ଜଣାଶୁଣା ଅଭିନେତା । ବିବେକ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟରରେ ଉଭୟ ଭଲ ଏବଂ ଖରାପ ସମୟ ଦେଖିଛନ୍ତି । ଅଭିନେତା ଏହା ବିଷୟରେ ବହୁତ କିଛି କହିସାରିଛନ୍ତି । ବର୍ତ୍ତମାନ ପୁଣି ଥରେ ସେ ତାଙ୍କ ଖରାପ ସମୟ ବିଷୟରେ କିଛି କହିଛନ୍ତି ।  ବିବେକ କହିଛନ୍ତି ଯେ ଏପରି ଏକ ସମୟ ଆସିଛି ଯେତେବେଳେ ବଲିଉଡର କିଛି ସେସନ୍‌ ତାଙ୍କୁ ବଏକଟ୍‌ କରିଥିଲେ । ହେଲେ ସେହି ସମୟରେ ଅକ୍ଷୟ କୁମାର ତାଙ୍କୁ ସାହାଯ୍ୟ କରିଥିଲେ। ଏଥି ସହିତ ଅକ୍ଷୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ନିକଟରେ ଏକ ସାକ୍ଷାତକାର ସମୟରେ ବିବେକ ପୁରୁଣା ଦିନର କଥାକୁ ମନେ ପକାଇ କହିଥିଲେ, 'ସେହି ଦିନ ଆଜି ବି ମୋତେ ମନେ ଅଛି … ମୁଁ ଡିପ୍ରେସନ ଦେଇ ଗତି କରୁଥିଲି। ପ୍ରାୟ ସମସ୍ତ ଇଣ୍ଡଷ୍ଟ୍ରି ମୋତେ ବୟକଟ କରିଥିଲେ। ମୁଁ ଭାବି ନଥିଲି ଯେ ମୋତେ ଏସବୁ ସାମ୍ନାକୁ କରିବାକୁ ପଡିବ ।  ହେଲେ ସେଦିନ ମୋତେ ଏକ କଲ ଆସିଲା । ତାହା ପୁଣି ଅକ୍ଷୟ କୁମାରଙ୍କର ଥିଲା।

{"width":783,"height":441}
Vivek Oberoi opened about when bollywood was avoiding him and it was Akshay Kumar who helped him

'ଅକ୍ଷୟ ମୋତେ କଲ୍‌ କରି କି କହିଲେ ତୁମେ ଯାହା ଅନୁଭବ କରୁଛ , ମୋତେ ସେୟାର କର । କାହିଁକି ମୁଁ ବର୍ତ୍ତମାନ ସୁଟିଂରେ ବ୍ୟସ୍ତ ଅଛି । ତେଣୁ ମୁଁ ସାକ୍ଷାତ କରିପାରିବି ନାହିଁ । କିନ୍ତୁ ଯେତେବେଳେ ମୋତେ କୌଣସି ଅଫର ଆସିବ ,  ମୁଁ ସେମାନଙ୍କୁ ତୁମ ପାଖକୁ ପଠାଇବି । ତୁମେ କଥାବାର୍ତ୍ତା କର.. ଆଉ ବିଶ୍ଵାସ ରଖ ସବୁକିଛି ଠିକ୍ ହେବ । ଏହା କହିବା ବେଳେ ବିବେକ ଭାବୁକ ହୋଇଯାଇଥିଲେ। ଆହୁରି କହିଥିଲେ କି କିଏ କାହା ପାଇଁ ଏସବୁ କରିବ , କିନ୍ତୁ ଅକ୍ଷୟ ସେହି ସମୟରେ ମୋତେ ସମର୍ଥନ କରିଥିଲେ । ତାଙ୍କର ଏହି ବନ୍ଧୁତା ମୁଁ କେବେ ବି ଭୁଲି ପାରିବି ନାହିଁ । ଯାହାକୁ  ମନେ ପକାଇ ଅଭିନେତା ଭାବପ୍ରବଣ ହୋଇ ଯାଇଥିଲେ ।

wp:embed {"url":"https://www.prameyanews7.com/vamika-went-to-the-launch-with-her-father-virat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vamika-went-to-the-launch-with-her-father-virat/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.