ନୂପୁର ଶର୍ମାଙ୍କୁ କୋର୍ଟଙ୍କ ତାଗିଦ ପରେ କାଶ୍ମୀର ଫାଇଲସ୍‌ ନିର୍ଦ୍ଦେଶକଙ୍କ tweet, ଜାଣନ୍ତୁ ଲେଖିଛନ୍ତି କ’ଣ?

Published By : Prameya-News7 Bureau | July 01, 2022 IST

ମୁମ୍ବାଇ ୧।୭: ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପ୍ରଥମରୁ ସମର୍ଥନ କରିଆସୁଛନ୍ତି। ନୂପୁରଙ୍କୁ ତାଙ୍କ ବିବାଦୀୟ ବୟାନ ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ତାଗିଦ କରିବା ଅଗ୍ନିହୋତ୍ରୀଙ୍କୁ ପସନ୍ଦ ହୋଇ ନାହିଁ। ଏ ବାବଦେ ସେ ଟ୍ୱିଟରରେ ସିରିଜ ଟ୍ୱିଟ କରିଛନ୍ତି। ଯେଉଁଥିରେ ନ୍ୟାୟପାଳିକା ଆମ ବଞ୍ଚିବାର ଅଧିକାର ଛଡେଇ ନେଇଥିବା ଉଲ୍ଲେଖ କରିଛନ୍ତି। ତାଙ୍କ ଟ୍ୱିଟ୍‌ ଏବେ ଭାଇରାଲ ହୋଇଥିବା ବେଳେ ଲୋକେ ନାନା କମେଣ୍ଟ କରୁଛନ୍ତି।

wp:embed {"url":"https://twitter.com/vivekagnihotri/status/1542773060763127809","type":"rich","providerNameSlug":"twitter","responsive":true}
https://twitter.com/vivekagnihotri/status/1542773060763127809
/wp:embed

ସୁପ୍ରିମକୋର୍ଟ ଶୁକ୍ରବାର ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ କଡା ତାଗିଦ କରିଛନ୍ତି। କୋର୍ଟଙ୍କ ଅନୁସାରେ ଶର୍ମାଙ୍କ ବୟାନ ପରେ ଦେଶରେ ପରିବେଶ ବିଗିଡିଛି। ପରିସ୍ଥିତି ଏପରି ହୋଇଛି ଯେ ରାଜସ୍ଥାନ ଉଦୟପୁରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଟିଭିକୁ ଆସି ବୟାନ ବାଜି କରିବା ବେଳେ ଏହାର ସୁଦୂର ପ୍ରଭାବ ସମ୍ପର୍କରେ ଚିନ୍ତା କରିବାର କଥା ବୋଲି କୋର୍ଟ କହିଛନ୍ତି। ଏଣୁ ଶର୍ମା କୋର୍ଟଙ୍କୁ କରିଥିବା ଆବେଦନ ପ୍ରତ୍ୟାହାର କରିନେବାକୁ କହିଛନ୍ତି।

{"id":650202,"width":841,"height":631,"sizeSlug":"full","linkDestination":"none"}

ଏଥିରେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଟ୍ୱିଟରରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିଛନ୍ତି। ଅଗ୍ନିହୋତ୍ରୀ ତାଙ୍କର ଗୋଟିଏ ଟ୍ୱିଟ୍‌ରେ ଯଦି ଆଜି ନୂପୁର ଶର୍ମାଙ୍କ କିଛି ହୋଇ ଯାଇଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତେ ବୋଲି ଉଲ୍ଲେଖ କରିଛନ୍ତି। ନ୍ୟାୟପାଳିକା ପରିସ୍ଥିତିର ଗୁରୁତ୍ୱ ବୁଝିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ନୂପୁରଙ୍କ ବିରୋଧରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଥାନାରେ ଲୋକେ ଏତଲା ରୁଜୁ କରିଛନ୍ତି।  ପୋଲିସ ନୂପୁରଙ୍କୁ ହାଜର ହେବାକୁ ନୋଟିସ୍‌ କରୁଛି, ଅନ୍ୟପଟେ ନୂପୁରଙ୍କୁ ଜୀବନରେ ମାରିଦେବାକୁ ଦୁଷ୍କର୍ମ କରିବାକୁ ଧମକ ମିଳୁଛି। ଏଥିରେ  ନୂପୁର ସୁପ୍ରିମ କୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ ତାଙ୍କୁ ତିରସ୍କାର ମିଳିବା କେତେଦୂର ଠିକ୍ ବୋଲି ଅଗ୍ନିହୋତ୍ରୀ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/NadeemRamAli/status/1542773797354291200","type":"rich","providerNameSlug":"twitter","responsive":true}
https://twitter.com/NadeemRamAli/status/1542773797354291200
/wp:embed

ବିବେକଙ୍କ ଟ୍ୱିଟର ପ୍ରତିକ୍ରିୟା ମଧ୍ୟ ଆସିଲାଣି। ଅନେକ ଲୋକେ ଅଗ୍ନିହୋତ୍ରୀଙ୍କ ତର୍କକୁ ସମର୍ଥନ କରିଛନ୍ତି, ତେବେ ଆଉ କେତେକ ତାଙ୍କ ସହ ଏକମତ ହୋଇ ପାରି ନାହାନ୍ତି। ଯିଏ ସାରା ଦେଶରେ ନିଆଁ ଲଗାଇଛନ୍ତି ତାଙ୍କୁ ନେଇ ତୁମର ବହୁତ ଚିନ୍ତା ବୋଲି କିଛି ୟୁଜର କହିଥିବା ବେଳେ ଆଉ କେତେକ ୟୁଜର କୋର୍ଟଙ୍କ ନିଷ୍ପତ୍ତିକୁ ଉଚିତ ବୋଲି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.