ବିବେକ ଅଗ୍ନିହୋତ୍ରିଙ୍କ କ୍ଷମା ପ୍ରାର୍ଥନାକୁ ଉପହାସ, କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନତ କହିଲେ ଜନ୍ମ ହେଲେ ନୂଆ ‘କ୍ଷମାବୀର’

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ ୦୭।୧୨ : ହାଇକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି । ଏହାକୁ ନେଇ ପରିହାସ କରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନତ । ବିବେକ୍ଙ୍କୁ ‘କ୍ଷାମାବୀର’ କହି ଉପହାସ କରିଛନ୍ତି । ଜଷ୍ଟିସ୍ ଏସ୍ ମୁରଲୀଧରଣଙ୍କୁ ବିବାଦୀୟ ଟିପ୍ପଣୀ ଦେଇଥିଲେ ବିବେକ ଅଗ୍ନିହୋତ୍ରି । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁଲ ମାଗିଛନ୍ତି ଫିଲ୍ମ ନିର୍ଦ୍ଦେଶକ।

ସୂଚନା ଅନୁଯାୟୀ, ୨୦୧୮ ବିବେକ୍ ଅଗ୍ନିହୋତ୍ରୀ ବର୍ତ୍ତମାନର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ ମୁରଲୀଧରଣଙ୍କ ବିରୋଧରେ ବିବାଦୀୟ ଟ୍ବିଟ୍ କରିଥିଲେ । ଜଷ୍ଟିସ୍ ଏସ ମୁରଲୀଧରଣଙ୍କ ବେଞ୍ଚ୍ ଗୌତମ ନବଲଖାଙ୍କ ଜାମିନ୍ ମଞ୍ଜୁର କରିବା ପରେ ବିବାଦୀୟ ମନ୍ତବ୍ୟ ଦେଇଥିଲା ବିବେକ । ଏହାକୁ ନେଇ ଅଗ୍ନିହୋତ୍ରୀ କୋର୍ଟଙ୍କୁ କ୍ଷମାପ୍ରାର୍ଥନା କରିବା ପରେ ତାଙ୍କୁ ଉପହାସ କରଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନତ । ଅଗ୍ନିହୋତ୍ରୀଙ୍କୁ ଦେଶରେ ନୂଆ କ୍ଷମାବୀର ବୋଲି କହିଛନ୍ତି ।

ସୁପ୍ରିୟା କହିଛନ୍ତି, ହୀନ ଚିନ୍ତାଧାର ଲୋକ ଅଦାଲତଙ୍କୁ କ୍ଷାମା ମାଗିଲେ। ସୁପ୍ରିମକୋର୍ଟଙ୍କୁ ଟ୍ବିଟ୍ ଡିଲିଟ୍ ହୋଇଯାଇଛି ବୋଲି ମିଛ କହିଥିଲେ । ସତ ହେଲା, ବିବାଦୀୟ ଟ୍ବିଟକୁ ଟ୍ବିଟର ନିଜେ ହଟାଇଥିଲା । ଏହାକୁ ନେଇ ମଜାଳିଆ ଢଙ୍ଗରେ ‘ମାଫି ଫାଇଲ୍ସ’ ଫିଲ୍ମ ତିଆରି କରିବାକୁ ସେ ବିବେକ୍ ଅଗ୍ନିହୋତ୍ରିଙ୍କୁ ପରିହାସ କରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.