ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହ୍ରୋତୀ । ସେ ତାଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ମତାମତ ଦେଇଥାଆନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚାକୁ ଆସନ୍ତି । ସେ ଅନେକ ଥର ବଲିଉଡ ସେଲିବ୍ରିଟିଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରି ଥାଆନ୍ତି। ଏଥର ବିବେକ କିଙ୍ଗ ଖାନଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତିି। କିଙ୍ଗ ଖାନ୍ଙ୍କ ଉପରେ ବଲିଉଡ୍ ଖରାପ କରିଥିବା ଅଭିଯୋଗ ଆଣିଛନ୍ତି।
କହିଛନ୍ତି କି, ‘ ଆପଣ ଜାଣିଛନ୍ତି କି ମୁଁ ଶାହରୁଖଙ୍କ ଜଣେ ବଡ଼ ପ୍ରଶଂସକ। ଶାହରୁଖଙ୍କ ଭଳି କେହି ବି ହୋଇପାରିବେ ନାହିଁ ବୋଲି ମୁଁ ସର୍ବଦା କହିଥାଏ। କିନ୍ତୁ ସେ ବଲିଉଡକୁ ଖରାପ କରି ଦେଇଛନ୍ତି। ମୋତେ ଶାହରୁଖଙ୍କ ରାଜନୀତି ପସନ୍ଦ ନୁହେଁ। ସେ ବଲିଉଡକୁ କେବଳ ପିଆର, ହାଇପ, ଗ୍ଲାମର ଓ ଷ୍ଟାରଡମ କରି ଦେଇଛନ୍ତି। ଯେଉଁମାନେ ଷ୍ଟାରଡମ ନୁହନ୍ତି ତାଙ୍କୁ ସହଜରେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ ମିଳେନାହିଁ। ଏହା ହିଁ ସମସ୍ୟା
ବିବେକ ଆହୁରି କହିଛନ୍ତି ମୁଁ ସର୍ବଦା ଲୋକଙ୍କ ପାଇଁ ସିନେମା ନିର୍ମାଣ କରିଥାଏ। କିନ୍ତୁ ସେ ବକ୍ସ ଅଫିସ ଫିଲ୍ମ ତିଆରି କରନ୍ତି। ଯେତେବେଳେ ତାଙ୍କ ସିନେମା ସଫଳ ହୁଏ ତାହା ଶାହରୁଖଙ୍କ ସିନେମା ହୋଇଯାଇଥାଏ। ଏହି କ୍ରମରେ ଯେତେବେଳେ ମୋର ସିନେମା ସଫଳ ହୁଏ, ତାହା ଲୋକଙ୍କ ସିନେମା ଯାହାକି ସଫଳ ହୋଇଛି ବୋଲି ମୁଁ ଭାବେ, କିନ୍ତୁ ଶାହରୁଖ ସେମିତି କିଛି ଭାବନ୍ତି ନାହିଁ। ୱାର୍କ ଫ୍ରଣ୍ଟରେ, ଶାହାରୁଖ ଖାନଙ୍କ ଯବାନ ସେପ୍ଟେମ୍ବର ୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥି ସହିତ ବିବେକ ଅଗ୍ନିହୋତ୍ରୀ ଖୁବ୍ଶୀଘ୍ର ଭ୍ୟାକ୍ସିନ୍ ୱାର ସହିତ ଆସୁଛନ୍ତି । ନିକଟରେ ଏହାର ଟିଜର ରିଲିଜ୍ ହୋଇଥିଲା।
wp:embed {"url":"https://www.prameyanews7.com/worlds-most-expensive-actress-margot-robbie/","type":"wp-embed","providerNameSlug":"prameya-news-7"}