ପ୍ୟାରିସରେ ଭିଭାଟେକ୍ ୨୦୨୨ : କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ ଘୋଷଣା କଲା ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି

Published By : Prameya-News7 Bureau | June 27, 2022 IST

ଭୁବନେଶ୍ବର ୨୭: ପ୍ୟାରିସରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ବିଷୟରେ ଘୋଷଣା କରିଛି ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି । ଆଇଆଇଟି ମଣ୍ଡିର ପ୍ରୋତ୍ସାହନ ଏବଂ ଏଆଇସି ସିଭି ରମଣ ଓ ଭୁବନେଶ୍ବର ଇଞ୍ଜିନିୟରିଂ କଲେଜର ସହାୟତାରେ ବନ୍ ଭି ଭାରତର ପ୍ରଥମ ଏଆଇ-ପାଓ୍ବାର୍ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍ ଏୟାର ଭେଇକିଲ, ଆରଏମ୦୦୧ ନିର୍ମାଣ କରିଛି। ଏହି ଓଡ଼ିଶା ଭିତ୍ତିକ ଷ୍ଟାର୍ଟଅପ୍‌କୁ ଗ୍ଲୋବାଲ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ବ କରିବା ସହ ଏରୋସ୍ପେଶ୍ ସଲ୍ୟୁସନ୍ କ୍ଷେତ୍ରରେ ଏହାର ପ୍ରଶଂସନୀୟ ଇନୋଭେସନ୍‌କୁ ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା।

ଏଥିରେ କୋର୍ ଟିମ୍ ସଦସ୍ୟ ଭାବେ କୋ-ଫାଉଣ୍ଡର ତଥା ସିଇଓ ସତ୍ୟବ୍ରତ ଶତପଥୀ, କୋ-ଫାଉଣ୍ଡର  ତଥା କୋ-ସିଇଓ ଗୌରବ ଅଚ୍ଚା, କୋ-ଫାଉଣ୍ଡର ତଥା ସିଟିଓ ଅବିନାଶ ସାହୁ ଏବଂ କୋ-ଫାଉଣ୍ଡର ତଥା ହେଡ୍ ଅଫ୍ ଡିଜାଇନ୍ ରାହୁଲ କୁମାର ଯୋଗ ଦେଇଥିଲେ। ଭିଭାଟେକ୍ ପ୍ୟାରିସ୍‌ରେ ଭାରତର ପ୍ରଡକ୍ଟ ଇନୋଭେସନ୍ ଷ୍ଟୋରୀକୁ ନେତୃତ୍ବ ନେବାପାଇଁ ବନ୍ ଭିକୁ ନୀତି ଆୟୋଗ, ଇନଭେଷ୍ଟ ଇଣ୍ଡିଆ, ଅଟଳ ଇନୋଭେସନ୍ ମିସନ୍, ଆଇଏସ୍ପିଆଇଆରଆଇଟି  ଏବଂ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ମିଳିତ ଭାବେ ଚୟନ କରିଥିଲେ ।

ଭିଭା ଟେକ୍ନୋଲୋଜି ୨୦୨୨ର ଷଷ୍ଠ ସଂସ୍କରଣ ଜୁନ୍ ୧୫-୧୮ରୁ ପ୍ୟାରିସଠାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୪୯ଟି ଦେଶରୁ ପ୍ରାୟ ୧୧୯ ମିଲିୟନ୍ ଲୋକଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ବେଳେ ଏହି ସମ୍ମାନଜନକ ସମ୍ମିଳନୀରେ ଭାରତର ପ୍ରଥମ ବିଧିବଦ୍ଧ ପ୍ରବେଶ ଥିଲା। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଟିମ୍ କୁକ୍, ଏରିକ୍ ଏସ୍ ୟୁଆନ୍ ଏବଂ ମାର୍କ ଜୁକରବର୍ଗଙ୍କ ପରି ବକ୍ତାଙ୍କ ସମେତ ୧୪୦୦୦ରୁ ଅଧିକ ଭିଜିଟର ଆସିଥିଲେ।

ଏହି ଇଭେଣ୍ଟ ହେଉଛି ୟୁରୋପର ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଓ ଟେକ୍ ଇଭେଣ୍ଟ, ଯାହାକି ହଜାର ହଜାର ବ୍ୟବସାୟିକ ଉଦ୍ୟୋଗୀ, ଲିଡର୍ସ, ଡିରେକ୍ଟର୍ସ, ଆଡମିନଷ୍ଟ୍ରେଟର, ଷ୍ଟାର୍ଟଅପ୍, ଇନଭେଷ୍ଟର, ଗବେଷକ ଏବଂ ଉଦ୍ଭାବକଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରି କେବଳ ବ୍ୟବସାୟ ଏବଂ ଗବେଷଣା ନୁହେଁ ବରଂ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ। ନେଟୱର୍କ ପ୍ରଦର୍ଶନୀ ପାଇଁ ଏହା ଏକ ବିରାଟ ପ୍ଲାଟଫର୍ମ ପ୍ରଦାନ କରୁଥିବା ବେଳେ ଏଥିରେ ପ୍ରଦର୍ଶନୀ, ପୁରସ୍କାର, ପ୍ୟାନେଲ ଆଲୋଚନା ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆଦି ଅନ୍ତର୍ଭୁକ୍ତ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.