ଅଧିକ ଭିଟାମିନ୍ ଡି ଖାଆନ୍ତୁ, କୋଭିଡକୁ ବାଏ ବାଏ କୁହନ୍ତୁ…ଏମିତି କିଛି ତଥ୍ୟ ରଖିଛନ୍ତି ବୋଷ୍ଟନ ୟୁନିଭର୍ସିଟି
27/09/2020 at 10:44 PM

ବୋଷ୍ଟନ, ୨୭|୦୯: ଶରୀରରେ କରୋନା ସ୍ଥିତିକୁ ସୁଧାରିବ ଭିଟାମିନ୍ ଡି । ବୋଷ୍ଟନ ୟୁନିଭର୍ସିଟିର ଏକ ଗବେଷଣାରୁ ଏହି ତଥ୍ୟ ମିଳିଛି । ଏହାସହ କରୋନା ଆକ୍ରାନ୍ତଙ୍କ ଅମ୍ଲଜାନ ଆବଶ୍ୟକତାକୁ ମଧ୍ୟ ଭିଟାମିନ୍ ଡି ପୂରଣ କରିବ ବୋଲି ଜଣାପଡିଛି ।
ବୋଷ୍ଟନ ୟୁନିଭର୍ସିଟିର ଗବେଷକ ପ୍ଲାସ୍ ଭନ୍ ନାମକ ଏକ ପତ୍ରିକାରେ କହିଛନ୍ତି ଯେ, ୪୦ ବର୍ଷରୁ ଅଧିକ ବ୍ୟକ୍ତି ଯେଉଁମାନଙ୍କ ଶରୀରରେ ଭିଟାମିନ ଡି ଅଛି ସେମାନଙ୍କ ମଧ୍ୟରୁ ମାତ୍ର ୯.୭ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଏହା ଶରୀରରେ ସାଇଟୋକିନ୍ ଷ୍ଟର୍ମର ବିପଦକୁ ପ୍ରତିହତ କରିଥାଏ । ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।
ୟୁନିଭର୍ସିଟିର ଗବେଷକ ତଥା ଲେଖକ ମାଇକେଲ୍ ଏଫ୍ ହଲିକ କହିଛନ୍ତି ଯେ, ଗବେଷଣାରୁ ଅନେକ ପ୍ରମାଣ ମିଳିଛି । ଭିଟାମିନ୍ ଡି ସଂକ୍ରମଣ ମାତ୍ରା କମାଇଥାଏ । ଏହାସହ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିଥାଏ ।ଏହି ଗବେଷଣାରେ ୨୩୫ କରୋନା ଆକ୍ରାନ୍ତଙ୍କ ଭିଟାମିନ୍ ଡି ସ୍ତର ମପାଯାଇଥିଲା ।
ଗବେଷଣାରୁ ଜଣାପଡିଛି ଯେ, ଭିଟାମିନ୍ ଡି ଶରୀରରେ ବିଡିଆର ବା ରୋଗ ପ୍ରତିରୋଧକ ଶକ୍ତି ସହ ମିଶି ଜୀବାଣୁ ଓ ଭାଇରାଲ ପାନ୍ଥୋଜେନ୍ସ ସହ ଲଢିଥାଏ । ତେଣୁ ଭିଟାମିନ୍ ଡି କରୋନା ଆକ୍ରାନ୍ତଙ୍କ ପାଇଁ ଲାଭଦାୟକ ବୋଲି ଜଣାପଡିଛି ।