ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲେଖାଯାଇଥିବା ଗୀତରେ ଝୁମିଲେ ଦିବ୍ୟାଙ୍ଗ ଯୁବତୀ

14/10/2018 at 11:36 AM

ଗୁଜରାଟ ୧୪/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ୨୫ ବର୍ଷ ପୂର୍ବେ ଲେଖାଯାଇଥିବା ଗୀତକୁ ନେଇ ଜଣେ ଦିବ୍ୟାଙ୍ଗ ବାଳିକା ଗରଭା ନୃତ୍ୟ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅହମ୍ମଦାବାଦ୍ର ଆଦ୍ୟ କନ୍ୟା ପ୍ରକାଶ ଗୃହର ଏହି ଭିଡିଓଟି ଏଏନ୍ଆଇ ଦ୍ୱାରା ଟୁଇଟ୍ ହେବା ପରେ ଏହାକୁ ପ୍ରଧାନମନ୍ତ୍ରୀ ମୋଦି ରି-ଟୁଇଟ୍ କରିଛନ୍ତି। ନବରାତ୍ରୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ବିଟରରେ କହିଛନ୍ତି ଭିଡିଓକୁ ଦେଖିଲା ପରେ ଖୁସି ଲାଗିଲା । ଗରଭା ନୃତ୍ୟ ଏହି ଝିଅର ନାଚ ଦ୍ୱାରା ହିଁ ଜୀବନ ପାଇଲା । ଆଶା କରୁଛି ସମସ୍ତଙ୍କ ପାଇଁ ଏହି ନବରାତ୍ରୀ ଆଶୀର୍ବାଦ ଭରା ହେଉ।’

   Related Posts