ପାଖେଇ ଆସୁଛି ହକି ୱାର୍ଲଡ କପ : ଚିତ୍ରମୟ ହେଉଛି ରାଜଧାନୀର କାନ୍ଥବାଡ

Published By : Prameya-News7 Bureau | October 26, 2018 IST

ଭୁବନେଶ୍ୱର ୨୬/୧୦: ପାଖେଇ ଆସୁଛି ହକି ୱାର୍ଲଡ କପ । ରାଜଧାନୀ ଏବେ ସଜେଇ ହେଉଛି ପେଣ୍ଟି ଦ୍ବାରା ।ଗଭର୍ଣ୍ଣର ହାଉସଠାରୁ ଜୟଦେବ ବିହାର , ଏୟାରପୋର୍ଟ ଠାରୁ ଏଜି ଓ ଆଚାର୍ଯ୍ୟ ବିହାର ଆଦି ବିଭିନ୍ନ ସ୍ଥାନ ସବୁଆଡ କଳାକାର ମାନଙ୍କ ରଂଗ ତୁଳିର କମାଲ । ରଂଗୀନ ହେଉଛି ରାଜଧାନୀ । ଏହାସହ ବିଶ୍ବ କପ ହକିରେ ଯେଭଳି ବିଦେଶୀ ପର୍ଯ୍ୟଟକ ଓଡିଶର କଳା ସଂସ୍କୃତି ,ପର୍ଯ୍ୟଟନକୁ ନେଇ ପାଇ ପାରିବେ ଏକ ଧାରଣା ସେନେଇ ଏହି ଚିତ୍ର ଗୁଡିକରେ ଦିଆଯାଉଛି ଗୁରୁତ୍ବ । ସେହିପରି ଗ୍ରାମାଞ୍ଚଳର କଳାକାରମାନଙ୍କୁ ଏହି କାମରେ ଦିଆଯାଉଛି ସୁଯୋଗ । ଏଜିଠାରୁ ଗଭର୍ଣ୍ଣର ହାଉସ ରାସ୍ତା କଡର କାନ୍ଥ ଗୁଡିକରେ ଦେଖିପାରିବେ ରାଜ୍ୟର ପ୍ରସିଦ୍ଦ ଅଲିଭ ରିଡଲେ ର ଜୀବନ ଶୈଳି । । ତେବେ ଏହାକୁ ଜୀବନ୍ତ ଭାବେ ଯେଭଳି ଫୁଟାଇ ପାରିବେ ନିଜ ତୁଳୀରେ ସେନେଇ କଳାକାର ମାନେ ମଗ୍ନ । ରାଧାନୀର ବିଭିନ୍ନ ରାସ୍ତା କଡ କାନ୍ଥ ଗୁଡିକରେ ଏବେ ହାତ ଚାଲିଛି କଳାକାର ମାନଙ୍କର । ରଂଗୀନ ହେଉଛି ରାଜଧାନୀର ରାସ୍ତା କଡ । ଏୟାର ପୋର୍ଟଠାରୁ  ଆଚାର୍ଯ୍ୟ ବିହାର ,ଗଭର୍ଣର ହାଉସଠାରୁ ଜୟଦେବ ବିହାର ପଟିଆ ରାସ୍ତା ଯୁଆଡେ ଦେଖିବେ ଓଡିଶାର ପଯ୍ୟଟନ, କଳା, ସଂସ୍କୃତି, ର ଚିତ୍ର ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏହି କାମଲାଗି ୯ଟି ଅନୁଷ୍ଠାନକୁ  କରାଯାଇଛି  ନିୟୋଜିତ । ସବୁ ଟିମ ନିଜ ନିଜ  କଳାକାରମାନଙ୍କୁ ଧରି ବେଶ ଲାଗି ପଡିଛନ୍ତି  କାମରେ । ସେପଟେ ଗଭର୍ଣ୍ଣର ହାଉସ ଛକଠାରୁ କମିସନରେଟ ପୋଲିସ ଛକ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଓଡିଶାର ତାରକସି , ମାଟି ଓ ଜଉ କଣ୍ଡେଇ, ଡୋକରା, ପଟ୍ଟଚିତ୍ର ଓ ,ସୌରା ଚିତ୍ରର କାରୁକାର୍ଯ୍ୟ ।ଏଥିସହ ଭିତର କନିକା, ଓ ଚନ୍ଦକା ପ୍ରାକୃତିକ ପରିବେଶ ମଧ୍ୟ ସ୍ଥାନ ପାଇଛି ଏଠାରେ । ସେହିପରି କଳିଙ୍ଗ ଷ୍ଟାଡିୟମର ଚତୁର୍ପାଶ୍ବ ରେ ହକି ଖେଳ ସହ ସମ୍ପୃକ୍ତ ବିଶିଷ୍ଟ ଖେଳାଳି ମାନଙ୍କ ଚିତ୍ର । ତାହା ପୁଣି ହକି ବିଶ୍ବ କପରେ ଭାଗନେଉଥିବା ଦେଶ ମାନଙ୍କ ଜାତୀୟ ପତାକାର ରଂଗକୁ ନେଇ କରାଯାଉଛି ସ୍ବତନ୍ତ୍ର ଭାବେ । ତେବେ ଏଥିସହ ଗ୍ରାମାଞ୍ଚଳର କଳାକାରମାନଙ୍କୁ ମଧ୍ୟ ବିଶେଷ ଭାବେ ଏହି କାମରେ ଦିଆଯାଉଛି ସୁଯୋଗ । ଯେମିତି ବ୍ରଶିଙ୍ଗ ପଏଣ୍ଟ ପକ୍ଷରୁ ଏହି କାମ ଲାଗି ବିଶେଷ ସୁଯୋଗ ଦିଆଯାଉଛି  ଗ୍ରାମାଞ୍ଚଳର କଳାକାର ମାନଙ୍କୁ । ତା ସହ ବିଦେଶୀ ପର୍ଯ୍ୟଟକମାନେ ଯେଭଳି ଓଡିଶାର କଳା ସଂସ୍କୃତି ଓ ପର୍ଯ୍ୟଟନକୁ ନେଇ ଏକ ସୁନ୍ଦର ଅନୁଭୁତି ପାଇପାରିବେ ସେ ନେଇ ଗୁରୁତ୍ବ ଦିଆଯାଉଛି ଚିତ୍ର ଗୁଡିକରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.