ମୁମ୍ବାଇ-ଲଣ୍ଡନ ମଧ୍ୟରେ ବିମାନ ସେବା ଆରମ୍ଭ କରୁଛି Vistara : ରାଉଣ୍ଡ ଟ୍ରିପ୍ ପାଇଁ ଭଡା ଏତିକି ଟଙ୍କା

Published By : Prameya-News7 Bureau | November 28, 2020 IST

ମୁମ୍ବାଇ ୨୮/୧୧ : ବିମାନ କମ୍ପାନୀ ବିସ୍ତାରା (Vistara Airlines) ଖୁବ ଶୀଘ୍ର ମୁମ୍ବାଇରୁ ଲଣ୍ଡନ ଯାଏଁ ଉଡାଣ ଆରମ୍ଭ କରିବ। ଶୁକ୍ରବାର ଦିନ କମ୍ପାନୀ ଏ ସମ୍ପର୍କରେ ସୂଚନା ଦେଇଛି। ଏଥିପାଇଁ ବୋଇଙ୍ଗ ୭୮୭-୯ ଡ୍ରିମଲାଇନର (Boeing 787-9 Dreamliner) ବିମାନ ବ୍ୟବହାର କରାଯିବ। ମୁମ୍ବାଇ-ଲଣ୍ଡନ ମଧ୍ୟରେ ଆଗାମୀ ୨୦୨୧ ଜାନୁଆରୀ ୧୬ରୁ ଏହି ସେବା ଆରମ୍ଭ ହେବ। ବିସ୍ତାରା ଏହି ରୁଟରେ ରାଉଣ୍ଡ ଟ୍ରିପ ଅର୍ଥାତ ମୁମ୍ବାଇ-ଲଣ୍ଡନ-ମୁମ୍ବାଇ ପାଇଁ ଭଡା ୪୬ ହଜାର ୭୯୯ ଟଙ୍କା ଧାର୍ଯ୍ୟ କରିଛି। ଲଣ୍ଡନରୁ ରାଉଣ୍ଡ ଟ୍ରିପ ଅର୍ଥାତ ଲଣ୍ଡନ-ମୁମ୍ବାଇ-ଲଣ୍ଡନ ପାଇଁ ୪୩୯ ପାଉଣ୍ଡ ଧାର୍ଯ୍ୟ କରିଛି।

ପୂର୍ବରୁ ହିଁ ଏହି କମ୍ପାନୀ ଦିଲ୍ଲୀ-ଲଣ୍ଡନ ରୁଟରେ ବୋଇଙ୍ଗ ୭୮୭-୯ ଡ୍ରିମଲାଇନର ସେବା ଦେଉଛି। ବର୍ତ୍ତମାନ କମ୍ପାନୀ ମୁମ୍ବାଇ-ଲଣ୍ଡନ ରୁଟରେ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ବୋଇଙ୍ଗ ୭୮୭-୯ ଡ୍ରିମଲାଇନରରେ ଅତ୍ୟାଧୁନିକ ସୁବିଧା ରହିଛି। ଏହି ବିମାନକୁ ଯାତ୍ରୀଙ୍କ ଆକର୍ଷଣୀୟ ଅନୁଭବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।

{"id":368961,"sizeSlug":"large"}

ଗତ ସପ୍ତାହରେ ଏହି ଘରୋଇ ବିମାନ କମ୍ପାନୀ ଦିଲ୍ଲୀରୁ ଦୋହା ପାଇଁ ବିମାନ ସେବା ଆରମ୍ଭ କରିଥିଲା। ଏହାଛଡା ନଭେମ୍ବର ୫ ତାରିଖରେ ଦିଲ୍ଲୀରୁ ବାଙ୍ଗଲାଦେଶ ପାଇଁ ମଧ୍ୟ ବିମାନ ସେବା ଆରମ୍ଭ କରିଥିଲା।

ବିସ୍ତାରା କହିଛି ଯେ ମୁମ୍ବାଇ ଓ ଲଣ୍ଡନ୍ ମଧ୍ୟରେ କମ୍ପାନୀର ୱେବସାଇଟ ଓ ମୋବାଇଲ ଆପ ସମେତ ସମସ୍ତ ପ୍ଲାଟଫର୍ମ ଜରିଆରେ ମଧ୍ୟ ବିମାନ ବୁକିଂ କରାଯାଇପାରିବ। ଫ୍ଲାଇଟ୍ ବୁକିଂ ୱେବସାଇଟ୍, ବିସ୍ତାରା ଇଣ୍ଡ୍ରଏଡ୍ ଓ iOS ମୋବାଇଲ ଆପ୍, ଅନଲାଇନ୍ ଟ୍ରାଭେଲ୍ ଏଜେନ୍ସି ଓ ଟ୍ରାଭେଲ୍ ଏଜେଣ୍ଟ ଜରିଆରେ ମଧ୍ୟ ବୁକିଂ କରାଯାଇପାରିବ।

{"id":368963,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ମାସରୁ ଭାରତରେ ଅନ୍ତରାଷ୍ଟ୍ରୀୟ ବିମାନ ଉପରେ ରୋକ ଲଗାଯାଇଥିଲା। କିନ୍ତୁ ଗତ ଜୁଲାଇରୁ ୧୭ଟି ଦେଶ ସହ Air-Bubble ଚୁକ୍ତି କରିଛି ଯେପରି ଏହିସବୁ ଦେଶରେ ସ୍ପେଶାଲ ଫ୍ଲାଇଟ ସଞ୍ଚାଳନ କରାଯାଇପାରିବ।

ଏହାପରେ ବିସ୍ତାରା ଅନ୍ୟ ଦେଶ ପାଇଁ ବିମାନ ସେବା ଆରମ୍ଭ କରିଛି। କମ୍ପାନୀ ବର୍ତ୍ତମାନ ଆମେରିକା ଓ ଭାରତ ମଧ୍ୟରେ ସ୍ପେଶାଲ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି। ଏହି ରୁଟରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି କମ୍ପାନୀ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏବେ ସୁଦ୍ଧା ଭାରତ ଓ ଆମେରିକା ମଧ୍ୟରେ କେବଳ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ବିମାନ ହିଁ ସଞ୍ଚାଳନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.