ଭିସୁଟରେ ଗଣ୍ଡଗୋଳ, ୪ ସହପାଠୀଙ୍କ ମାଡରେ ଜଣେ ଲହୁଲୁହାଣ

Published By : Prameya-News7 Bureau | January 09, 2023 IST

ସମ୍ୱଲପୁର ୦୯/୦୧: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟରେ ଛାତ୍ର ଗଣ୍ଡଗୋଳ । ୪ଜଣ ସହପାଠୀଙ୍କ ମାଡରେ ଜଣେ ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଆହତ ହୋଇଥିବା ଛାତ୍ରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ଅପରପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି ।

ସୂଚନା ଥାଉକି, ଭିସୁଟର ପୁଲହ ହଷ୍ଟେଲରେ ରହୁଥିବା ଶେଷ ବର୍ଷର ଜଣେ ଛାତ୍ରଙ୍କ ଚ୍ୟାମ୍ବରକୁ ତାଙ୍କର ୪ଜଣ ସହପାଠୀ ଆସିଥିଲେ । ତେବେ ଆହତ ସହପାଠୀ ଓ ଅନ୍ୟ ୪ଜଣ ସହପାଠୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ତେବେ ୪ ଜଣ ସହପାଠୀ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।

ଏପରିକି ଆହତ ଛାତ୍ରଙ୍କ ମୁଣ୍ଡରେ ୪ଟି ଷ୍ଟିଜ୍ ପଡିଥିବା ଜଣାପଡିଛି । ଏହି ଘଟଣା ପରେ ଆହତ ଛାତ୍ରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ଅପର ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ତେବେ ଏହି ଘଟଣାରେ ଭିସୁଟ କୂଳପତିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.