ଭିସୁଟ ରାଗିଂ ଘଟଣା, ୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 29, 2022 IST

ସମ୍ବଲପୁର ୨୯।୧୧ :  ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ତଦନ୍ତ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣାରେ ୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ୟାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ୟ ୪ଜଣ ଛାତ୍ରଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ହଷ୍ଟେଲ ଭିତରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଣ୍ଟି ରାଗିଂ ସେଲ୍ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.