OMBRDC ଓଭରସାଇଟ୍ କର୍ତ୍ତୃପକ୍ଷଙ୍କ କେନ୍ଦୁଝର ଗସ୍ତ; ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା
27/12/2022 at 11:56 PM

କେନ୍ଦୁଝର ୨୭/୧୨: OMBRDC ଓଭରସାଇଟ୍ ଅଥିରିଟି ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ କେନ୍ଦୁଝର ୩ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି। OMBRDC ଅନୁଦାନ ଅର୍ଥରେ ଜିଲ୍ଲାରେ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ଯର ଅଗ୍ରଗତି ସମୀକ୍ଷା ଅଥରିଟି ଙ୍କ ଗସ୍ତର ମୁଖ୍ଯ ଉଦ୍ଦେଶ୍ୟ ରହିଛି। ମଙ୍ଗଳବାର ପ୍ରଥମ ଦିନରେ ରାମଚନ୍ଦ୍ରପୁରରେ OMBRDC ଓ DMF ପାଣ୍ଠିର ମିଳିତ ଅନୁଦାନରେ ଏଲ.ଏନ୍ ବିଦ୍ୟାଳୟ କାର୍ଯ୍ଯର ସମୀକ୍ଷା କରିଛନ୍ତି ଓଭରସାଇଟ୍ କର୍ତ୍ତୃପକ୍ଷ।
ପରେ ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟିରୁ ଅଧିକ ଖର୍ଚ୍ଚରେ ନିର୍ମାଣାଧିନ ଆନନ୍ଦପୁର ଇଣ୍ଡୋର ଷ୍ଟାଡିୟମର ସମୀକ୍ଷା କରିବାସହ ହାଟଡିହି ବ୍ଲକରେଥିବା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଛନ୍ତି। ଆନନ୍ଦପୁର ଗସ୍ତ ବେଳେ ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମଟି ଉଭୟ ଖେଳକୁଦ ପାଇଁ ବ୍ଯବହାର ସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆଶ୍ରୟସ୍ଥଳୀ ଭାବେ ବ୍ଯବହାର କରାଯାଇପାରିବ। ଷ୍ଟାଡିୟମର ଏଭଳି ଡିଜାଇନ୍କୁ ନେଇ ବିଶେଷ ପ୍ରସଂଶା କରିଛନ୍ତି ଓଭରସାଇଟ ଅଥରିଟି ଅନଙ୍ଗ କୁମାର ପଟ୍ଟନାୟକ।