Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ

17/09/2023 at 8:46 AM

ଭୁବନେଶ୍ୱର ୧୭।୦୯ : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି ।

ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି । ଦେବଶିଳ୍ପୀ ବିଶ୍ବକର୍ମା ସକଳ ଶିଳ୍ପକଳାର ଜନକ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା କରାଯାଏ। ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ। ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ । ଏହାଛଡା ବିଭିନ୍ନ ଶିଳ୍ପାଞ୍ଚଳ, ଗ୍ୟାରେଜ, ଦୋକାନ, ଇଲେକ୍ଟ୍ରି ଅଫିସ୍ ଗୁଡିକରେ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଛି।

   Related Posts