suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରିଲିଜ୍‌ ପୂର୍ବରୁ ପଠାନ୍‌କୁ ନେଇ ତେଜିଲା ବିବାଦ: ସିନେମା ଘରରେ ଭଙ୍ଗାରୁଜା, ୫ଗିରଫ

23/01/2023 at 9:37 AM

ମୁମ୍ଵାଇ ୨୩।୦୧: ସାରା ଦେଶରେ ପଠାନ୍‌କୁ ନେଇ ଚର୍ଚ୍ଚା। ଚଳଚ୍ଚିତ୍ରକୁ ପାଇଁ ଉଠୁଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ । ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି । ସେତିକି ବୟକଟ୍‌ ପାଇଁ ଦାବି ହେଉଛି । । ନିକଟରେ ଗୁଜୁରାଟର ସୁରଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ବିଶ୍ୱ ହିନ୍ଦୁ ପରିଷଦର କିଛି କାର୍ଯ୍ୟକର୍ତ୍ତା ଏକ ସିନେମା ହଲକୁ ଭଙ୍ଗାରୁଜା କରିଥିଲେ।

କହିବାକୁ ଗଲେ ଭିଏଚପି କର୍ମୀମାନେ ପଠାନ ଫିଲ୍ମର ପୋଷ୍ଟର ଚିରି ସୁରଟର ରୁପାଲି ସିନେମା ହଲରେ ହଙ୍ଗା କରିଥିଲେ। ଏହା ପରେ ପୋଲିସ ୫ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା। ପୋଲିସର ସୂଚନାନୁସାରେ, ସିନେମା ହଲରୁ ଏକ ଅଭିଯୋଗ ଆସିଥିଲା ​​ଯେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରିବା ପାଇଁ ପୋଷ୍ଟର ଛିଣ୍ଡାଇ ଅସନ୍ତୋଷ ସୃଷ୍ଟି କରୁଥିଲେ। ଅଭିଯୋଗ ଉପରେ ପୋଲିସ ବିଶ୍ୱ ହିନ୍ଦୁ ପରିଷଦର ସମ୍ପୃକ୍ତ  ୫ଜଣଙ୍କୁ ଗିରଫ କରିଥିଲା।

ଶାହାରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନର ବେସରାମ ରଙ୍ଗ ଗୀତ ଯୋଗୁଁ ବୟକଟ ହେବାର ଆଶଙ୍କା ରହିଛି। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକ ସାଫ୍ରନ୍ ରଙ୍ଗର ବିକିନି ପିନ୍ଧିଛନ୍ତି । ଯାହାକୁ ନେଇ ତୀବ୍ର ଆପତ୍ତି  ହେଉଛି। ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ର ବିରୋଧରେ ପ୍ରଦର୍ଶନ କରାଯାଉଛି । ପଠାନ ଫିଲ୍ମ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି। ଶାହାରୁଖଙ୍କ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ, ବକ୍ସ ଅଫିସରେ ଫିଲ୍ମ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା ।

   Related Posts