ମାନବାଧିକାର ଦିବସରେ ବିଷ୍ଣୁ ସେଠୀଙ୍କ ଅଶୋଭନୀୟ ଆଚରଣ, ଥାନାରେ ଏତଲା ଦେଲେ ସମ୍ପାଦିକା

Published By : Prameya-News7 Bureau | December 11, 2020 IST

ଭଦ୍ରକ ୧୧।୧୨: ବିଶ୍ଵ ମାନବାଧିକାର ଦିବସ ପାଳନ ସମୟରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ସମ୍ପାଦିକା ତାପସୀ ପ୍ରହରାଜ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି। ଏନେଇ  ତାପସି ପ୍ରହରାଜ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ସହ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଓରିୟନ ହୋଟେଲରେ ମାନବାଧିକାର ଦିବସ ପାଳନ ହେଉଥିଲା। ଏହି ଅବସରରେ ତାପସୀ ପ୍ରହରାଜଙ୍କ ସମେତ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ଡିଜି ସଞ୍ଜୀବ ମାରିକ ମଞ୍ଚରେ ଉପସ୍ଥିତ ଥିଲେ। ବିଷ୍ଣୁ ସେଠୀଙ୍କ ମହିଳାଙ୍କ ପ୍ରତି ଦେଉଥିବା କିଛି ଅରୁଚିକର ଭାଷଣକୁ ବିରୋଧ କରିଥିଲେ ତାପସି ପ୍ରହରାଜ। ପରେ ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.