ଝରାଫୁଲ ମୃତ୍ୟୁ ଘଟଣା, ଆଜି ଆସିବ ଭିସେରା ରିପୋର୍ଟ !

Published By : Prameya-News7 Bureau | February 07, 2021 IST

ଭୁବନେଶ୍ୱର ୦୭।୦୨: କେମିତି ହେଲା ଝରାଫୁଲଙ୍କ ମୃତ୍ଯୁ ? ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ଯୁ ମାମଲାରେ ଦିନକୁ ଦିନ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି । ଘଟଣାକୁ ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଡେଥ ମିଷ୍ଟ୍ରି ଉପରୁ ପର୍ଦ୍ଦା ଉଠାଇ ପାରୁନି ପୋଲିସ । ତେବେ ଆଜି ଭିସେରା ରିପୋର୍ଟ ଆସିବାକୁ ଥିବାବେଳେ ଡେଥ ମିଷ୍ଟ୍ରି ଉପରୁ ରହସ୍ଯ ଉଠିବା ନେଇ ଆଶା କରାଯାଉଛି ।

୩ଦିନର ରିମାଣ୍ଡ ମଧ୍ଯରେ ଅଭିଯୁକ୍ତ ରାକେଶର ସ୍କୁଟର, ମୋବାଇଲ ଓ ପିନ୍ଧିଥିବା ପ୍ଯାଣ୍ଟ ସାର୍ଟ ଜବତ କରିବା ଛଡା ଆଉ କିଛି ପାଇନି ପୋଲିସ । ତେବେ ଝରାଫୁଲଙ୍କ ମୃତଦେହକୁ ବୋହିନେବାରେ ରାକେଶକୁ ସହାୟତା କରିଥିବା ସହଯୋଗୀ ଶେଖରର ପତ୍ତା ମିଳିନି । ଝରାଫୁଲଙ୍କ ମୋବାଇଲକୁ ବି ଧରିବାରେ ସକ୍ଷମ ହୋଇପାରିନି ପୋଲିସ । ଏମିତିକି ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ ପୋଲିସ କିଛି ବି ଖୁଲାସା କରୁନି । ପୋଲିସ ତଦନ୍ତର କଛପ ଗତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ଅଭିଯୁକ୍ତ ପୋଲିସକୁ ଭୁଆଁ ବୁଲାଉଥିବା ବେଳେ ଝରାଫୁଲଙ୍କ ପରିବାର କିଭଳି ନ୍ୟାୟ ମିଳିବ ତାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ସଂଦେହ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.