scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶାଖାପାଟନମ୍ ପୋର୍ଟରେ ଭୀଷଣ ଅଗ୍ନିକାଣ୍ଡ; ଜଳିଗଲା ୪୦ରୁ ଅଧିକ ମାଛଧରା ଡଙ୍ଗା

20/11/2023 at 10:52 AM

ବିଶାଖାପାଟନାମ୍: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଭୀଷଣ ନିଆଁରେ ଜଳିଗଲା ୪୦ରୁ ଅଧିକ ମାଛଧରା ଡଙ୍ଗା । ମତ୍ସ୍ୟଜୀବୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ । ଅନ୍ୟପଟେ କେହି ଅପରାଧିକତତ୍ତ୍ବ ଡଙ୍ଗାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ । ଅଗ୍ନିକାଣ୍ଡ ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଛି । ସେହିପରି ସ୍ଥାନୀୟ ପୋଲିସ ମତ୍ସ୍ୟଜୀବୀଙ୍କ ଏତଲା ଆଧାରରେ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ବନ୍ଦରରେ ନିଆଁ ଲାଗିବା ଯୋଗୁ ମାଛଧରା ଡଙ୍ଗା ଓ ଅନ୍ୟ ବୋଟ୍ ମଧ୍ୟ ପୋଡ଼ି ପାଉଁଶ ହୋଇଛି । ଯାହା ଫଳରେ ୨୫-୩୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସେପଟେ ଋଣ କରି ବୋଟ୍ ନିର୍ମାଣ କରିଥିବା ମାଲିକ ଏବେ ଚିନ୍ତାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛି ଦୁର୍ବୃତ୍ତ ଏଭଳି ଘୃଣ୍ୟ କାମ କରିଛନ୍ତି । ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ମୁତାବକ ରବିବାର ରାତି ୧୧ଟାରେ ଏହି ଅଗ୍ନିକାଣ୍ଡ ହୋଇଛି । ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଏକ ଘଣ୍ଟା ପରିଶ୍ରମ ପରେ ନିଆଁ କାବୁ କରାଯାଇଥିଲା ।   

ତେବେ କେମିତି ବନ୍ଦର ଥିବା ଡାଙ୍ଗାରେ ନିଆଁ ଲାଗିଲା ଏହାର କୌଣସି ତଥ୍ୟ ନାହିଁ । ବିଶାଖାପାଟନାମ୍ ଅଗ୍ନିଶମ ଅଧିକାରୀ ଏସ. ରେଣୁକୟା କହିଛନ୍ତି, ନିଆଁ ମାଛଧରା ଡଙ୍ଗାରେ ଲାଗିଥିଲା । ଗୋଟିଏ ଡଙ୍ଗାରେ ନିଆଁ ଲାଗିପାରେ ସମସ୍ତ ଡଙ୍ଗା ସମସ୍ତ ନିଆଁର ଆଁ ଭିତରକୁ ଆସିଥିଲା । ରାତି 4ଟାରେ ନିଆଁ କାବୁ ହୋଇଥିଲା ।

   Related Posts