ଇଣ୍ଡୋନେସିଆ ପୋଲିସରେ ଭର୍ତ୍ତି ହେବା ପାଇଁ ଝିଅମାନଙ୍କୁ ଦେବାକୁ ପଡେ ଏହି ପରୀକ୍ଷା
29/05/2019 at 11:35 AM

ସାଧାରଣତଃ ପୋଲିସରେ ଭର୍ତ୍ତି ହେବା ପାଇଁ ବିଭିନ୍ନ ପରୀକ୍ଷା ଦେବାକୁ ପଡିଥାଏ।ଶାରିରୀକ ପରୀକ୍ଷାଠାରୁ ଆରମ୍ଭ କରି ଲିଖିତ ଓ ମୌଖିକ ପରୀକ୍ଷା ହୋଇଥାଏ ପୋଲିସରେ ଭର୍ତ୍ତି ହେବା ପାଇଁ । କିନ୍ତୁ ଇଣ୍ଡୋନେସିଆ ପୋଲିସ ବାହିନୀରେ ଯୁବତୀଙ୍କୁ ଏକ ଅଦ୍ଭୁତ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥାଏ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପୋଲିସରେ ଭର୍ତ୍ତି ହେବା ପାଇଁ ଏଠାରେ ଯୁବତୀମାନଙ୍କୁ ସେମାଙ୍କ କୁମାରୀତ୍ବର ପରୀକ୍ଷା ଦେବାକୁ ପଡେ ବା ସେମାନେ ଭର୍ଜିନ ଅଛନ୍ତି କି ନାହିଁ ତାହାର ଟେଷ୍ଟ ଦେବାକୁ ପଡେ। ଏଭଳି ଆଚମ୍ବିତ ଚୟନ ପ୍ରକ୍ରିୟା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ହୁଏ ନାହିଁ।

ଏହି ଟେଷ୍ଟରେ ସଫଳ ହେବା ପରେ ଯାଇ ସେମାନେ ପୋଲିସ ଚାକିରୀରେ ଭର୍ତ୍ତି ହୁଅନ୍ତି।କେବଳ ସେତିକି ନୁହେଁ ଚାକିରୀ ପାଇଁ ସାକ୍ଷାତକାର ଦେବା ସମୟରେ ନିଜ ସୌନ୍ଦର୍ଯ୍ୟର ପ୍ରଦର୍ଶନ କରିବାକୁ ପଡେ ଯୁବତୀଙ୍କୁ। ପୋଲିସ ଚାକିରୀ ପାଇଁ ଭର୍ଜିନିଟି ଟେଷ୍ଟ କେବଳ ଇଣ୍ଡୋନେସିଆ ପୋଲିସରେ ହୋଇଥାଏ।

ଏଠାରେ ଫିଙ୍ଗର ଟେଷ୍ଟ ମାଧ୍ୟମରେ ଭର୍ଜିନିଟି ଟେଷ୍ଟ କରାଯାଏ। ଏକ ଖାସ ବିଷୟ ଏହା ଯେ, ଏହି ଚେଷ୍ଟ ଯୁବକମାନେ ନେଇଥାନ୍ତି । କାରଣ ଚୟନ କମିଟିରେ କେବଳ ଯୁବକମାନେ ଉପସ୍ଥିତ ଥାନ୍ତି।ରିପୋର୍ଟ ଅନୁସାରେ ଇଣ୍ଡୋନେସିଆ ପୋଲିସରେ କେବଳ ସୁନ୍ଦର ଯୁବତୀମାନଙ୍କର ଚୟନକରାଯାଏ।

୧୯୪୬ ମସିହା ପରେ ଇଣ୍ଡୋନେସିଆରେ ଏହି ମର୍ଡନ ପୋଲିସ ଫୋର୍ସ ଗଠନ କରାଯାଇଥିଲା। ବର୍ଷ ବର୍ଷ ଧରି ପୋଲିସରେ ଯୁବତୀଙ୍କ ଚୟନ ପାଇଁ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଉଛି।