ପ୍ରଥମ ଥର ପାଇଁ ମହାକାଶକୁ ଯିବେ ପାକିସ୍ତାନୀ, ୫ କୋଟି ଟଙ୍କାର ଟିକେଟ୍ କିଣିଲେ ମହିଳା
21/09/2023 at 8:10 PM

ନୂଆଦିଲ୍ଲୀ, ୨୧/୯: ଗୋଟିଏ ପଟେ ଚାରିଆଡୁ ଋଣ ନେଇ ପାକିସ୍ତାନ କାଙ୍ଗାଳ ହେବାକୁ ବସିଲାଣି, ସେପଟେ ଦେଶର ଜଣେ ନାଗରିକ ୨ ଲକ୍ଷ ଡଲାର ଟିକେଟ୍ କିଣି ମହାକାଶକୁ ଯାତ୍ରା କରିବେ। ଯାହା ପାକିସ୍ତାନ ମୁଦ୍ରାରେ ଆନୁମାନିକ ମୂଲ୍ୟ ହେବ ୫ କୋଟି ୫୭ ଲକ୍ଷ । ବିଶିଷ୍ଟ ଶିଳ୍ପପତି ରିଚାର୍ଡ ବ୍ରାନସନ୍ଙ୍କ ଭର୍ଜିନ ଗାଲାକ୍ଟିକ୍ ପାକିସ୍ତାନ ମହିଳାଙ୍କୁ ନେଇ ମହାକାଶକୁ ଉଡ଼ାଣ ଭରିବ। ଆସନ୍ତା ଅକ୍ଟୋବର ୫ରେ ଗାଲାକ୍ଟିକ୍-୦୪ ମିଶନ ଲଞ୍ଚ କରିବ। ୩ଜଣ ଯାତ୍ରୀଙ୍କୁ ନେଇ ମହାକାଶକୁ ଯାତ୍ରା କରିବ ଗାଲାକ୍ଟିକ୍-୦୪।
ଗାଲାକ୍ଟିକ୍-୦୪ ମିଶନରେ ୩ ଜଣ ପ୍ରାଇଭେଟ୍ ମହାକାଶଚାରୀ ଯିବେ। କ୍ରିୟୁ ମେମ୍ବର ଭାବେ ଆମେରିକାର ରୋନ୍ ରୋସାଓ, ଯୁକ୍ତରାଷ୍ଟ୍ରର ଟ୍ରେଭର ବିଟ୍ଟାଇ ଏବଂ ପାକିସ୍ତାନ ନାମିରା ସାଲିମ ରହିଛନ୍ତି। ତେବେ ପ୍ରଥମ ପାକିସ୍ତାନ ବ୍ୟକ୍ତି ଭାବେ ନମିରା ସାଲିମ ମହାକାଶକୁ ଯିବେ।
ନାମିରା ସାଲିମ କିଏ?
ତାଙ୍କର ଓ୍ୱେବସାଇଟ୍ ତଥ୍ୟ ଅନୁସାରେ ନାମିରା ସାଲିମ ସ୍ପେସ୍ ଟ୍ରଷ୍ଟର ପ୍ରତିଷ୍ଠାତା। ପ୍ରଥମ ଏସୀୟ ଏଭରେଷ୍ଟ ଉଚ୍ଚଶୃଙ୍ଗର ପର୍ବତାରୋହୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାମିରା ସଲିମ ଜଣେ ଗୀତିକାର। ମହାକାଶ ଉଡାଣ ସମ୍ପର୍କରେ ନାମିରା ସଲୀମ ଏକ୍ସରେ ଲେଖିଛନ୍ତି ଯେ ମହାକାଶକୁ ଯିବା ପାଇଁ ମୋ ମନ ଉତ୍କଣ୍ଠାରେ ପରିପୂର୍ଣ୍ଣ। ଏଥିରେ ସେ ପାକିସ୍ତାନ ପ୍ରଥମ ମହାକାଶ ଯାତ୍ରୀ ବୋଲି ଦାବି କରିଛନ୍ତି।
Thrilled to take to the #stars with @trevorbmbagency and @ronrosano aboard #Galactic04 with @virgingalactic. Inspiring #girls #women and #youth globally to reach for the stars. 🚀🚀🚀
— Namira Salim (@namirasalim) September 18, 2023
ମହାକାଶ ପର୍ଯ୍ୟଟନକୁ ଅଧିକ ତ୍ୱରାନ୍ୱିତ ଓ ମହାକାଶ ବଜାରର ଦଖଲ ଦିଗରେ ପ୍ରୟାସ କରୁଛି ଭର୍ଜିନ ଗାଲାକ୍ଟିକ। ଏହି ବର୍ଷ ୫ମ ଥର ପାଇଁ ଓ ମୋଟ ୯ ଥର ପାଇଁ ମହାକାଶକୁ ଉଡ଼ାଣ ଭରିଛି। ଭିଏସ୍ଏସ୍ ୟୁନିଟି କମାଣ୍ଡର କେଲି ଲାଟିମର ଏବଂ ପାଇଲଟ୍ ସିଜେ ଷ୍ଟର୍କକୋ ମହାକାଶଯାନରେ ରହିବେ।