ବାପାଙ୍କ ସ୍ବପ୍ନ କେମିତି ପୂରଣ କଲେ, ସେହ୍ବାଗ କହିଲେ ତାଙ୍କ ସଫଳତାର ସୂତ୍ର

Published By : Prameya-News7 Bureau | February 18, 2020 IST

ଖୋର୍ଦ୍ଧା ୧୮।୨: ‘ମୋ ବାପାଙ୍କ ସ୍ବପ୍ନ ଥିଲା ମୁଁ ଭଲ ଖେଳାଳି ହୁଏ । ଏହି ସ୍ବପ୍ନକୁ ସାକାର କରିବା ପାଇଁ ମୁଁ କଠିନ ପରିଶ୍ରମ କରିଥିଲି । ଯାହା ଫଳରେ ମୋତେ କ୍ରିକେଟ୍ ଜଗତରେ ସଫଳତା ମିଳିଲା ।’ ଏମିତି କିଛି କହିଛନ୍ତି ଭାରତର ପୂର୍ବତନ ବିସ୍ପୋରକ ବ୍ୟାଟ୍ସମ୍ୟାନ ପଦ୍ମଶ୍ରୀ ବୀରେନ୍ଦ୍ର ସେହ୍ଵାଗ ।

{"id":225965,"sizeSlug":"large"}

ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ହରିଡାମଡାରେ ନୂତନ ଭାବେ ନିର୍ମାଣ ହୋଇଥିବା ଏକ ଘରୋଇ ନ୍ୟାସନାଲ ସ୍କୁଲର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ବୀରେନ୍ଦ୍ର ସେହ୍ଵାଗ । ଆହୁରି ମଧ୍ୟ ପିଲାମାନଙ୍କୁ ଉପଦେଶ ଦେଇ କହିଛନ୍ତି, ଏହି ସ୍କୁଲର ପିଲାମାନେ ଆଗାମୀ ଦିନରେ ଓଡ଼ିଶାର ନାମକୁ ଉଜ୍ବଳ କରିବେ ।

{"id":225966,"sizeSlug":"large"}

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.