ବିରେନ୍ଦ୍ର ସେହଓ୍ୱାଗ୍‌ଙ୍କ ମହାନତା, ବାହାନଗାରେ ମୃତ ଯାତ୍ରୀଙ୍କ ପିଲାଙ୍କୁ ମାଗଣାରେ ଦେବେ ଶିକ୍ଷା

Published By : Prameya-News7 Bureau | June 05, 2023 IST

ମୁମ୍ବାଇ ୦୫।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ସହାୟତା ପାଇଁ ଆଗେଇ ଆସିଲା ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ୍ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ଘୋଷଣା କରିଛନ୍ତି ସେହଓ୍ୱାଗ୍‌ । ଏନେଇ ଟ୍ୱିଟ୍‌ କରି ନିଜେ ଘୋଷଣା କରିଛନ୍ତି ବିରେନ୍ଦ୍ର ସେହଓ୍ୱାଗ୍‌ ।

wp:html /wp:html

ସେ ଟ୍ୱିଟ୍‌ରେ ଆହୁରି ମଧ୍ୟ କହିଛନ୍ତି ଯେ, ବାଲେଶ୍ୱର ବାହାନଗା ଘଟଣା ସମସ୍ତଙ୍କୁ ଦୁଃଖ ଦେଇଛି । କ୍ଷଣକରେ ଚାଲିଯାଇଛି ଶହ ଶହ ଜୀବନ । ଆଉ ଆହତ ହୋଇଛନ୍ତି ଏକ ହଜାରରୁ ଅଧିକ ଲୋକ । ଖୁବ୍‌ ହୃଦୟ ବିଦାରକ ଥିଲା ଏହି ଘଟଣା । ତେଣୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛି । ଯଦି ଚାହିଁବେ ସେମାନେ ସେହଓ୍ୱାଗ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ନାମ ଲେଖାଇପାରିବେ । ସେମାନଙ୍କୁ ଏହି ସ୍କୁଲରେ ମାଗଣାରେ ପଠାପଢିଯିବ ।

{"id":798385,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ହରିୟାଣାର ଗୁରୁଗ୍ରାମରେ ସେହଓ୍ୱାଗ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ରହିଛି । ସେଠାରେ ପାଠପଢା ସହିତ ଖେଳକୁଦ ପାଇଁ ମଧ୍ୟ ଟ୍ରେନିଂ ଦିଆଯାଉଛି । ଖାସ୍‌ କରି କ୍ରିକେଟ୍‌ ଉପରେ ବହୁତ ଧ୍ୟାନ୍‌ ଦିଆଯାଉଛି । ଏହାକୁ ଏକ ବିଶ୍ୱସ୍ତରୀୟ ସ୍କୁଲ ଭାବେ ଗଢିଛନ୍ତି ସେହଓ୍ୱାଗ୍‌ । ଏହି ସ୍କୁଲ୍‌ରେ ଭିନ୍ନ ଭିନ୍ନ ସମୟରେ ଅନେକ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥାଏ । ଏପିରିକି କିଛି କିଛି ସମୟରେ ସେହଓ୍ୱାଗ୍‌ ମଧ୍ୟ ନିଜେ ପିଲାମାନଙ୍କୁ କ୍ରିକେଟ୍‌ ଖେଳ ଶିଖାଇଥାନ୍ତି ।

You Can Read :

wp:embed {"url":"https://www.prameyanews7.com/big-shock-to-australia-ahead-of-wtc-final-fast-bowler-josh-hazlewood-dropped-from-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/big-shock-to-australia-ahead-of-wtc-final-fast-bowler-josh-hazlewood-dropped-from-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.