ବିରେନ୍ଦ୍ର ସେହଓ୍ୱାଗଙ୍କୁ ICCର ବଡ଼ ସମ୍ମାନ, ଏହି ଖାସ୍‌ କ୍ଲବରେ ହେଲେ ସାମିଲ୍‌

Published By : Prameya-News7 Bureau | November 13, 2023 IST

ମୁମ୍ବାଇ ୧୩।୧୧ : ବିରେନ୍ଦ୍ର ସେହଓ୍ୱାଗଙ୍କୁ ବଡ଼ ସମ୍ମାନ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ପକ୍ଷରୁ ବିରେନ୍ଦ୍ର ସେହଓ୍ୱାଗଙ୍କୁ ଏହି ସମ୍ମାନ ମିଳିଛି । ଆଇସିସି ହଲ୍‌ ଅଫ୍‌ ଫ୍ରେମ୍‌ରେ ସେହଓ୍ୱାଗଙ୍କୁ ସାମିଲ କରିଛି । ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ୯ମ ଭାରତୀୟ ଭାବେ ସାମିଲ ହୋଇଛନ୍ତି ବିରେନ୍ଦ୍ର ସେହଓ୍ୱାଗ ।

ସେହିପରି ବିରେନ୍ଦ୍ର ସେହଓ୍ୱାଗଙ୍କ ବ୍ୟତୀତ ଆଉ ଜଣେ ଭାରତୀୟ ମଧ୍ୟ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି । ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ଡାଏନା ଏଡୁଜି ରହିଛନ୍ତି । ତେବେ ଏହାବ୍ୟତୀତ ଶ୍ରୀଲଙ୍କାର ବରିଷ୍ଠ ଖେଳାଳି ଅରବିନ୍ଦ ଡିସ୍‌ଲଭାଙ୍କୁ ମିଳିଛି ଏହି ସମ୍ମାନ । ଏବେ ଯାଏଁ ମୋଟ ୧୧୨ ଖେଳାଳି ଆଇସିସିର ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇସାରିଲେଣି । ଏନେଇ ଆଇସିସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛି ।

wp:html /wp:html

ସେପଟେ ଆଇସିସିରୁ ଏହି ସମ୍ମାନ ମିଳିବା ପରେ ସେହଓ୍ୱାଗ କହିଛନ୍ତି ଯେ, ଆଇସିସି ମୋତେ ଏହି ସମ୍ମାନ ପାଇଁ ଚୟନ କରିଥିବାରୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍‌ ଦେଉଛି । କ୍ରିକେଟ କ୍ୟାରିୟରରେ ମୁଁ ବଲ୍‌କୁ ହିଟ୍‌ କରିବା ଜାଣିଥିଲେ । କେବେ ବି ସମ୍ମାନ ଆଶାରେ ନଥିଲେ । କିନ୍ତୁ ଆଜି ଆଇସିସି ମୋତେ ଏହି ପୁରସ୍କାର ଦେଇଛି । ଯାହାକୁ ନେଇ ମୁଁ ଆଉ ଥରେ ଆଇସିସିକୁ ଧନ୍ୟବାଦ ଜଣାଉଛି । ଏହାସହିତ ସାଥୀ ଖେଳାଳି, ପରିବାର ଓ ଫ୍ୟାନ୍ସଙ୍କୁ ବି ଧନ୍ୟବାଦ ଜଣାଉଛି ।

‘ହଲ୍‌ ଅଫ୍‌ ଫେମ୍‌’ରେ ସାମିଲ ହୋଇଥିବା ଭାରତୀୟ :

ବିଶନ ସିଂହ ବେଦୀ-୨୦୦୯

ସୁନୀଲ ଗାଭାସ୍କର-୨୦୦୯

କପିଲ ଦେବ-୨୦୧୦

ଅନିଲ କୁମ୍ବଲେ-୨୦୧୫

ରାହୁଲ ଦ୍ରାବିଡ-୨୦୧୮

ସଚ୍ଚିନ ତେନ୍ଦୁଲକର-୨୦୧୯

ବିନୁ ମାଙ୍କଡ଼-୨୦୨୧

ଡାଏନା ଇଡୁଜି-୨୦୨୩

ବିରେନ୍ଦ୍ର ସେହଓ୍ୱାଗ-୨୦୨୩

ସୂଚନାଯୋଗ୍ୟ ଯେ, ବିରେନ୍ଦ୍ର ସେହଓ୍ୱାଗ୍‌ ମୋଟ ୧୦୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୮୫୮୬ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୨୩ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ସହ ୬ଟି ଦ୍ୱିଶତକ ରହିଛି । ଟେଷ୍ଟରେ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୩୧୯ ରହିଛି । ସେହିପରି ୨୫୧ଟି ଦିନିକିଆ ମ୍ୟାଚ୍‌ ଖେଳି ୮୨୭୩ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୫ଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ସେହଓ୍ୱାଗଙ୍କ ସର୍ବାଧିକ ସ୍କୋର ୨୧୯ ରହିଛି । ବାକି ୧୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ବୀରୁ । ମୋଟ ୩୯୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨ଟି ଅର୍ଦ୍ଧଶତକ ରହିଛି । ୬୮ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.