ଟି-୨୦ ବିଶ୍ୱକପ: ପରାଜୟ ପାଇଁ ରୋହିତ ଶର୍ମାଙ୍କୁ ସମାଲୋଚନା କଲେ ସେହେୱାଗ୍

Published By : Prameya-News7 Bureau | November 11, 2022 IST

ମୁମ୍ବାଇ: ଗତକାଲି ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ ବଡ଼ କ୍ରିକେଟର ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଏ ବୋଲିଂକୁ ଦାୟୀ କରୁଥିବା ବେଳେ ଆଉ କିଏ ଓପନିଂ ବ୍ୟାଟିଂ ଲାଇନ୍‌କୁ ଓ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କୁ ଦାୟୀ କରୁଛନ୍ତି।

ଏହି କ୍ରମରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟର ବିରେନ୍ଦ୍ର ସେହେୱାଗ ମଧ୍ୟ ରୋହିତ ଶର୍ମାଙ୍କୁ ସମାଲୋଚନା କରିଛନ୍ତି। ଗତକାଲିର ପରାଜୟ ପାଇଁ ରୋହିତ ବୋଲରକୁ ଦାୟୀ କରିବାକୁ ପରେ ପ୍ରଥମ ୧୦ ଓଭର ମ୍ୟାଚ୍ ହରାଇଲା ବୋଲି ସେହେୱାଗ କହିଛନ୍ତି।

ଗତକାଲି ମ୍ୟାଚ୍ ହାରିବା ପରେ ପ୍ରତିକ୍ରିୟା ଦେଇ ବୋଲରଙ୍କ ଖରାପ ପ୍ରଦର୍ଶନକୁ ଦାୟୀ କରିଥିଲେ ରୋହିତ ଶର୍ମା। ବୋଲରମାନେ ନିଜ କାରନାମା ଦେଖାଇପାରିଲେ ନାହିଁ ବୋଲି ରୋହିତ କହିଥିଲେ। ଯାହାକୁ ସୋସିଆଲ୍ ମିଡିଆରେ ସମାଲୋଚନା କରିଥିଲେ ଫ୍ୟାନ୍। ସେହୱାଗ ମଧ୍ୟ ସମାନ ଏହି ମନ୍ତବ୍ୟର ସମାଲୋଚନା କରିଛନ୍ତି।

କ୍ରିକବଜକୁ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି ଯେ ଟପ୍‌ ଅର୍ଡର ଫେଲ୍ ମାରିବା ମ୍ୟାଚ୍ ହାରିବାର ମୂଳ କାରଣ। ବୋଲରଙ୍କୁ ସମାଲୋଚନା କରିବାରେ ସେ ସହମତ ନୁହଁନ୍ତି ବୋଲି ସେହୱାଗ କହିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଏନେଇ ଖବର ପ୍ରକାଶ କରିଛି। ପ୍ରଥମ ୧୦ ଓଭର ମ୍ୟାଚ୍ ହରାଇଲା ବୋଲି ସେହୱାଗ୍ କହିଛନ୍ତି।

ସେ କହିଛନ୍ତି “ଯଦି ଟପ ଅର୍ଡର ୧୨ ଓଭର ବ୍ୟାଟିଂ କରି ୮୨ ରନ୍ କରୁଛନ୍ତି ତେବେ ବାକି ବ୍ୟାଟର ୮ ଓଭରରେ ୧୦୦ ପିଟିଦେବେ ବୋଲି ଆଶା କରିବା ଠିକ ନୁହେଁ।”

ସେହେୱାଗ କହିଛନ୍ତି ଯେ ଯଦିବା ସେହି ପଡ଼ିଆରେ ଏଭେରେଜ୍ ରନ୍‌ ୧୫୦-୧୬୦ରୁ ଅଧିକ ହୋଇଛି ତେବେ ଯଦି କୌଣସି ବ୍ୟାଟର ସେଟ୍‌ ନେଇଯାଇଥାନ୍ତେ ତେବେ ଏଭେରେଜ୍ ମେଟର କରି ନଥାନ୍ତା। ୱାଙ୍ଖଡ଼େ ଓ ଫିରୋଜ ଶାହ କୋଟଲା ଏମିତି ଅନେକ ଥର ହୋଇଛି। କିନ୍ତୁ ବର୍ତ୍ତମାନର ଖେଳରେ ୧୫୦-୧୬୦ ରନ୍ କରି ମ୍ୟାଚ୍ ଜିତି ହେବନି ବୋଲି ସେହେୱାଗ କହିଛନ୍ତି। ଭାରତୀ ବ୍ୟାଟରମାନେ ପ୍ରଥମ ୧୦ ଓଭରରେ ଯେମିତି ରନ୍ କରିବା କଥା କଲେ ନାହିଁ। ଏଥିପାଇଁ ମ୍ୟାଚ୍ ହାତରୁ ଖସିଲା ବୋଲି ସେହେୱାଗ୍ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.