suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ସୌରଭଙ୍କ ଏହି ରେକର୍ଡ ଭାଙ୍ଗିବେ ବିରାଟ, ଆବଶ୍ୟକ ମାତ୍ର ୧୧ ରନ୍

19/02/2020 at 9:54 PM

ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସେ ଏବେ ଆଉ ଏକ ନୂଆ ରେକର୍ଡ କରିବେ। ଏଥିଲାଗି ତାଙ୍କୁ ମାତ୍ର ଆଉ ୧୧ ରନର ଆବଶ୍ୟକତା ରହିଛି। ଯାହାକୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଗାମୀ ଟେଷ୍ଟ ମ୍ୟାଚ୍‌ରେ ହାସଲ କରିନେବେ ବୋଲି ଆଶା କରାଯାଉଛି।  ଆସନ୍ତା ୨୧ରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏଥିରେ ବିରାଟଙ୍କ କମାଲକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନସ୍ ।

ବିରାଟ କୋହଲି ଆଉ ମାତ୍ର ୧୧ ରନ କଲେ ଟେଷ୍ଟ କ୍ରିକେଟରେ ଭାରତୀୟ ଖେଳାଳିଙ୍କ ସର୍ବାଧିକ ରନ ସ୍କୋର ତାଲିକାର ପଞ୍ଚମ ସ୍ଥାନରେ ପହଞ୍ଚିବେ। ଏବେ ଏହି ସ୍ଥାନଟିକୁ ଏବେବି କବଜାରେ ରଖିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ୭ ହଜାର୨୧୨ ରନ କରିଛନ୍ତି।

ତାଲିକାରେ ୧୫ ହଜାର ୯୨୧ ରନ ସହ ସଚ୍ଚିନ ତେନ୍ଦୁଲକର ଏବେବି ପ୍ରଥମ ସ୍ଥାନରେ ଥିବା ବେଳେ ପଛକୁ  ଦ୍ୱିତୀୟ ସ୍ଥାନରେ ୧୩ ହଜାର ୨୬୫ ରନ ସହ ରାହୁଲ ଦ୍ରାବିଡ, ତୃତୀୟ ସ୍ଥାନରେ ୧୦୧୨୨ ରନ ସହ ସୁନିଲ ଗାଭାସ୍କର, ୮ ହଜାର ୭୮୧ ରନ ସହ ଚତୁର୍ଥ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ଅଛନ୍ତି। ବିରାଟଙ୍କ ଏବେ ମୋଟ ଟେଷ୍ଟ  ରନ ହେଉଛି ୭ ହଜାର୨୦୨।

କୋହଲି ଆଜିର ଦିନରେ ଜଣେ ବ୍ୟସ୍ତ ରହୁଥିବା ଖେଳାଳି। ସେ ଭାରତୀୟ ଦଳର ନେତୃତ୍ୱ ନେବା ସହ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜରସର ମଧ୍ୟ ନେତୃତ୍ୱ ନେଇଥାନ୍ତି। ଏପରିକି ସେ ଗୋଟିଏ ବର୍ଷରେ ପ୍ରାୟ ୩୦୦ ଦିନ ଖେଳିବା ଓ ଯାତ୍ରାରେ ଅତିବାହିତ କରିଥାନ୍ତି।

   Related Posts