oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଦୟନୀୟ ସ୍ଥିତିରେ ବିରାଟ କୋହଲି, ପ୍ରଥମ ବଲରେ ଆଉଟ୍ ହେଲେ, ସିଜିନର ତୃତୀୟ ଗୋଲ୍‌ଡେନ ଡକ୍

8/05/2022 at 5:00 PM

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଥରେ ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ରବିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବିରାଟ କୋହଲି ପ୍ରଥମ ବଲରେ ହିଁ ଆଉଟ୍   ହୋଇଛନ୍ତି। ଚଳିତ ସିଜିନରେ ଏହା କୋହଲିଙ୍କ ତୃତୀୟ  ଗୋଲଡେନ ଡକ୍ ଅର୍ଥାତ ପ୍ରଥମ ବଲରେ ସେ ଆଉଟ୍ ହୋଇଛନ୍ତି।

ରବିବାର ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା ପ୍ରଥମ ବଲ୍ ବିରାଟ କୋହଲି ସମ୍ମୁଖୀନ ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ବୋଲିଂ କରୁଥିବା ଜଗଦୀଶ ସୂଚୀ ପ୍ରଥମ ବଲରେ କୋହଲିଙ୍କୁ ଆଉଟ୍ କରିଛନ୍ତି। ଲେଗ୍ ସାଇଡକୁ ଖେଳିବା ଚକ୍କରରେ ବିରାଟ କୋହଲି ହାଇଦ୍ରାବାଦ ଅଧିନାୟକ କେନ ଓ୍ଵିଲିୟମନଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନ ଫେରିବା ସମୟରେ ସଂପୂର୍ଣ୍ଣ ନିରାଶ ଥିଲେ। ସେ ମୁଣ୍ଡ ନୁଆଁଇ ଚାଲିଥିଲେ ଏବଂ ତାଙ୍କ ଚେହେରାରେ ହାଲକା ସ୍ମିତ ହାସ୍ୟ ରହିଥିଲା। ସେ ବୁଝି ପାରୁ ନାହାନ୍ତି ଯେ, ତାଙ୍କ ବ୍ୟାଟିଂ ଫର୍ମ ସହିତ କଣ  ହୋଇଛି।  ବିରାଟ କୋହଲି ଏହି ପରି ଆଉଟ୍ ହେବା ସଭିଙ୍କୁ ଚକିତ କରିଛି। ପ୍ରଥମ ଥର ବିରାଟ କୋହଲି ଗୋଟିଏ ସିଜିନରେ ତିନି ତିନି ଥର ଗୋଲଡେନ ଡକର ଶିକାର ହୋଇଛନ୍ତି।

ଆଇପିଏଲ ୨୦୨୨ରେ ବିରାଟ କୋହଲିଙ୍କ ଗୋଲଡେନ୍ ଡକ୍

ବନାମ ଲକ୍ଷ୍ନୌ, ବୋଲର- ଦୁଷ୍ମନ୍ତା ଚମିରା

ବନାମ  ହାଇଦ୍ରାବାଦ, ବୋଲର- ମାର୍କୋ ଜନସେନ

ବନାମ ହାଇଦ୍ରାବାଦ, ବୋଲର- ଜେ ସୂଚିତ

   Related Posts