ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ଶ୍ରୀଲଙ୍କା ବିପକ୍ଷରେ ଖେଳିଲେ ୪୬ତମ ଶତକୀୟ ଇନିଂସ
15/01/2023 at 6:12 PM

ତିରୁଅନନ୍ତପୁରମ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଚମତ୍କାର ଫର୍ମ ଜାରି ରହିଛି। ରବିବାର ଖେଳା ଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ପୁଣି ଥରେ ବିରାଟ କୋହଲିଙ୍କ ବ୍ୟାଟ୍ରୁ ରନ ବର୍ଷା ହୋଇଛି ଏବଂ ଶତକୀୟ ଇନିଂସ ଖେଳିଛନ୍ତି। ଦିନିକିଆରେ କୋହଲି ୪୬ତମ ଶତକ ଅର୍ଜନ କରିଛନ୍ତି। କୋହଲି ମାତ୍ର ୮୫ ବଲ୍ରୁ ନିଜର ଶତକ ଅର୍ଜନ କରିଛନ୍ତି।
ବିରାଟ ଆଜିର ମୁକାବିଲାରେ ୧୧୦ ବଲ୍ରୁ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏଥିରେ ୧୩ ଚୌକା ଏବଂ ୮ ଛକା ସାମିଲ୍। ଏହି ସମୟରେ ବିରାଟଙ୍କ ଷ୍ଟ୍ରାଇକ୍ ରେଟ୍ ୧୫୦.୯୧ ରହିଛି। ଦିନିକିଆ କ୍ୟାରିୟରରେ ଏହା ବିରାଟଙ୍କ ଦ୍ଵିତୀୟ ସର୍ବଶ୍ରେଷ୍ଠ ସ୍କୋର। ୨୦୧୨ରେ କୋହଲି ପାକିସ୍ତାନ ବିପକ୍ଷରେ ୧୮୩ ରନ କରିଥିଲେ, ଯାହା ତାଙ୍କର ସର୍ବଶ୍ରେଷ୍ଠ ରହିଛି। ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୬୦ ରନର ପାଳି ଖେଳିଥିଲେ।
ବିରାଟ କୋହଲି ଯେଉଁ ଫର୍ମରେ ନଜର ଆସୁଛନ୍ତି ଏବଂ ତାଙ୍କ ବ୍ୟାଟ୍ରୁ ଯେମିତି ଶତକ ବାହାରୁଛି ତାକୁ ଦେଖିଲେ ସେ ଶୀଘ୍ର ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକକୁ ଅତିକ୍ରମ କରିବେ। ଗତ ଚାରୋଟି ଦିନିକିଆରେ କୋହଲି ତୃତୀୟ ଶତକ ଅର୍ଜନ କରିସାରିଲେଣି।
ବିରାଟ କୋହଲିଙ୍କ ଗତ ପାଞ୍ଚ ଇନିଂସ
ବନାମ ବାଂଲାଦେଶ- ୫ ରନ
ବନାମ ବାଂଲାଦେଶ- ୧୧୩ ରନ
ବନାମ ଶ୍ରୀଲଙ୍କା- ୧୧୩ ରନ
ବନାମ ଶ୍ରୀଲଙ୍କା- ୪ ରନ
ବନାମ ଶ୍ରୀଲଙ୍କା- ୧୬୬* ରନ
𝐂𝐄𝐍𝐓𝐔𝐑𝐘 𝐟𝐨𝐫 𝐕𝐢𝐫𝐚𝐭 𝐊𝐨𝐡𝐥𝐢 🔥🔥
— BCCI (@BCCI) January 15, 2023
His 46th in ODIs and 74th overall 🫡🫡#INDvSL #TeamIndia pic.twitter.com/ypFI9fdJ2I
ଦିନିକିଆରେ ସର୍ବାଧିକ ଶତକ
ସଚିନ ତେନ୍ଦୁଲକର- ୪୬୩ ମ୍ୟାଚ୍, ୪୯ ଶତକ
ବିରାଟ କୋହଲି- ୨୬୮ ମ୍ୟାଚ୍, ୪୬ ଶତକ
ରିକି ପଣ୍ଟିଂ- ୩୭୫ ମ୍ୟାଚ୍, ୩୦ ଶତକ
ରୋହିତ ଶର୍ମା- ୨୩୮ ମ୍ୟାଚ୍, ୨୯ ଶତକ
ସନଥ ଜୟସୁରିୟା- ୪୪୫ ମ୍ୟାଚ୍, ୨୮ ଶତକ
ଦିନିକିଆରେ ଭାରତ ପାଇଁ ସର୍ବାଧିକ ଶତକ
ସଚିନ ତେନ୍ଦୁଲକର- ୪୬୩ ମ୍ୟାଚ୍, ୪୯ ଶତକ
ବିରାଟ କୋହଲି- ୨୬୮ ମ୍ୟାଚ୍, ୪୬ ଶତକ
ରୋହିତ ଶର୍ମା- ୨୩୮ ମ୍ୟାଚ୍, ୨୯ ଶତକ
ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଶତକ
ସଚିନ ତେନ୍ଦୁଲକର- ୬୬୪ ମ୍ୟାଚ୍, ୧୦୦ ଶତକ
ବିରାଟ କୋହଲି- ୪୮୬ ମ୍ୟାଚ୍, ୭୪ ଶତକ
ରିକି ପଣ୍ଟିଂ- ୫୬୦ମ୍ୟାଚ୍, ୭୧ ଶତକ
Take a bow, Virat Kohli 🫡
— BCCI (@BCCI) January 15, 2023
Live – https://t.co/muZgJH3f0i #INDvSL @mastercardindia pic.twitter.com/7hEpC4xh7W
ଦିନିକିଆ କ୍ରିକେଟ୍ରେ ସର୍ବାଧିକ ରନ
ସଚିନ ତେନ୍ଦୁଲକର- ୪୬୩ ମ୍ୟାଚ୍, ୧୮୪୨୬ ରନ
କୁମାର ସାଙ୍ଗାକାରା- ୪୦୪ ମ୍ୟାଚ୍, ୧୪୨୩୪ ରନ
ରିକି ପଣ୍ଟିଂ- ୩୭୫ ମ୍ୟାଚ୍, ୧୩୭୦୪ ରନ
ସନତ ଜୟସୁରିୟା- ୪୪୫ ମ୍ୟାଚ୍, ୧୩୪୩୦ ରନ
ବିରାଟ କୋହଲି- ୨୬୮ ମ୍ୟାଚ୍, ୧୨୭୦୨* ରନ