oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବିରାଟ କୋହଲିଙ୍କ ଏହି ବଡ ଭୁଲ୍ ଭାରତକୁ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ କରିପାରେ ବାହାର !

8/02/2021 at 8:42 PM

ନୂଆଦିଲ୍ଲୀ ୦୮।୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଦୁଇ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। କାରଣ ଏହି ସିରିଜ୍‌ର ଫଳାଫଳ ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲରେ କେଉଁ ଦଳ ପହଞ୍ଚିବ ତାହା ସ୍ଥିର କରିବ। ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରି ସାରିଛି। ଦ୍ଵିତୀୟ ଦଳ ପାଇଁ ଦୌଡରେ ଭାରତ-ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ଜାରି ରହିଛି। ଭାରତୀୟ ଦଳ ପାଖରେ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପହଞ୍ଚିବାର ସୁବର୍ଣ୍ଣ ସୁଯୋଗ ରହିଛି। ମାତ୍ର ଦଳକୁ ଇଂଲଣ୍ଡ ବିପକ୍ଷରେ ଅତି କମରେ ୨ଟି ଟେଷ୍ଟ ମ୍ୟାଚ୍‌ ଜିତିବା ଜରୁରୀ ଏବଂ ସିରିଜ୍ ଜିତିବାକୁ ପଡିବ। ମାତ୍ର ଚେନ୍ନାଇ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦ୍ଵାରା ଏମିତି ଭୁଲ୍ ହୋଇଛି ଯାହା ପରବର୍ତ୍ତୀ ସମୟରେ ବହୁତ ଭାରି ପଡିପାରେ।

ଓ୍ଵିଜଡନର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଚେନ୍ନାଇ ଟେଷ୍ଟର ଚତୁର୍ଥ ଦିନ ବହୁତ ଧିମା ଓଭର ବୋଲିଂ କରିଛି। ଏହି କାରଣରୁ ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ରେ ଭାରତର ପଏଣ୍ଟ କାଟି ପାରେ, ଯେମିତି ଅଷ୍ଟ୍ରେଲିଆ ସହିତ  ହୋଇଥିଲା। ଟିମ୍‌ ପେନଙ୍କ ନେତୃତ୍ଵାଧୀନ ଅଷ୍ଟ୍ରେଲିଆ ଏହି ଭୁଲ୍ କରିଥିଲା ଏବଂ ଦଳ ପଏଣ୍ଟ ହରାଇଥିଲା। ଫଳସ୍ଵରୂପ ନ୍ୟୁଜିଲାଣ୍ଡର ବିଜୟ ପ୍ରତିଶତ କଙ୍ଗାରୁ ଦଳଠୁ ଅଧିକ ହୋଇ ଯାଇଥିଲା। ଭାରତୀୟ ଦଳ ଚେନ୍ନାଇ ଟେଷ୍ଟରେ ଚା ପାନ ବିରତି ପରେ ୯୦ ମିନିଟ୍‌ରେ ମାତ୍ର ୧୯.୩ ଓଭର ବୋଲିଂ କରିଥିଲା। ଆଇସିସିର ନିୟମ ଅନୁଯାୟୀ, ଦଳକୁ ଏକ ଘଣ୍ଟାରେ ୧୫ ଓଭର ବୋଲିଂ କରିବାକୁ ପଡିଥାଏ। ଏହି ଅନୁସାରେ ଭାରତର ଓଭର ରେଟ୍‌ ବହୁତ କମ ରହିଥିଲା।

ବିରାଟ କୋହଲିଙ୍କ ପାଖରେ ନାହିଁ ଏହାର ସୂଚନା

ଚେନ୍ନାଇ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୂରା ଧ୍ୟାନ ଇଂଲଣ୍ଡକୁ ଅଧିକ ସମୟ ବୋଲିଂ କରାଇବା ଉପରେ ରହିଥିଲା। ବୋଧହୁଏ ଏଥିପାଇଁ ଦଳର ଓଭର ରେଟ୍ ବହୁତ ଧିମା ରହିଥିଲା। ମାତ୍ର ବିରାଟ କୋହଲିଙ୍କ ଏହି ରଣନୀତି ଆଗାମୀ ସମୟରେ ଭାରତକୁ ଭାରି ପଡିପାରେ।

ଭାରତୀୟ ଦଳକୁ ଯଦି ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପହଞ୍ଚିବାକୁ ଅଛି ତେବେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨ଟି ମ୍ୟାଚ୍ ଜିତିବାକୁ ପଡିବ। ଭାରତୀୟ ଦଳ ଯଦି ୧-୦ରେ ସିରିଜ୍ ଜିତେ ତେବେ ଦଳ ଫାଇନାଲ ଦୌଡରୁ ବାଦ୍ ପଡିବ। ଯଦି ଭାରତ ୨-୧ରେ ସିରିଜ୍ ଜିତେ ତେବେ ଫାଇନାଲରେ ପ୍ରବେଶ କରିବ। ଅନ୍ୟପଟେ ଇଂଲଣ୍ଡ ଯଦି ୧-୦, ୨-୦ କିମ୍ବା ୨-୧ରେ ସିରିଜ୍ ଜିତେ ତେବେ ଅଷ୍ଟ୍ରେଲିଆ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପ୍ରବେଶ କରିପାରେ। ଇଂଲଣ୍ଡକୁ ଫାଇନାଲରେ ପହଞ୍ଚିବାକୁ ହେଲେ ୩-୦, ୩-୧ କିମ୍ବା ୪-୦ରେ ସିରିଜ୍  ଜିତିବାକୁ ପଡିବ।

   Related Posts