୩୨ ବର୍ଷରେ ପାଦ ଦେଲେ ରନ୍ ମେସିନ୍ ବିରାଟ କୋହଲି ; ଜନ୍ମଦିନରେ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫/୧୧: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରନ୍ ମେସିନ୍ ବିରାଟ କୋହଲି ଆଜି ୩୨ ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ କୋହଲିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ଦିନ ତମାମ ଟ୍ବିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟି ଯାଇଛନ୍ତି ବିରାଟ କୋହଲି । ପଡିଆ ମଧ୍ୟରେ ନିଜର ଦବଦବା ଦେଖାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲି  । ଗୁରୁବାର ଜନ୍ମଦିନ ଅବସରରେ ବିଶ୍ବର କୋଣ ଅନୁକୋଣରୁ କୋହଲିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ପ୍ରଶଂସକ । 

{"id":356508,"sizeSlug":"large"}

ଟ୍ବିଟ୍ କରି ବିସିସିଆଇ ଲେଖିଛି ୨୦୧୧ ବିଶ୍ବକପ ବିଜେତା , ଭାରତର ଅଧିନାୟକ ଭାବେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ବିଜୟ, ଟି-ଟ୍ବେଣ୍ଟିରେ ସବୁଠାରୁ ଅଧିକ ରନ୍ ସ୍କୋରର୍ ଏବଂ ଆର୍ନ୍ତଜାତିକ କ୍ରିକେଟର ଭାବେ ୭୦ ଶତକ ହାସଲ କରିଥିବା ଟିମ୍ ଇଣ୍ଡିଆର ଅଧିନାୟକଙ୍କୁ ଜନ୍ମ ଦିନର ଅନେକ ଅନକେ ଶୁଭେଚ୍ଛା ।  ଆଇ.ପି.ଏଲ. ଫ୍ରାଞ୍ଚାଇଜ ବାଙ୍ଗଲୋର ପକ୍ଷରୁ ଅଧିନାୟକ ଥିବା ବିରାଟ କୋହଲିଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛି ଟିମ ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର । ସେହିପରି ଯୁବରାଜ ସିଂ, ବିରେନ୍ଦ୍ର ସେହଓ୍ବାଗ, ସଚିନ ତେନ୍ଦୁଲକର, ହରଭଜନ ସିଂ ପ୍ରମୁଖ ଟ୍ବିଟ୍ କରି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

{"id":356509,"sizeSlug":"large"}

ବିରାଟ କୋହଲି ୨୦୦୮ ମସିହାରେ ନିଜର ଆର୍ନ୍ତଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ଭାରତ ପକ୍ଷରୁ ସମସ୍ତ ଫର୍ମାଟରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ଆଇ.ସି.ସି. ଦ୍ବାରା ସଦ୍ୟ ପ୍ରକାଶିତ ତାଲିକା ଅନୁଯାୟୀ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆ କ୍ରିକେଟରେ ଶ୍ରେଷ୍ଠ ମାନ୍ୟତା ବଜାୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା କୋହଲି ଭାରତ ପକ୍ଷରୁ ୮୬ଟି ଟେଷ୍ଟ ଖେଳି ୫୩.୬୩ ହାରରେ ୭୨୪୦ରନ୍ ସଂଗ୍ରହ କରିଛନ୍ତି । ସେହିପରି ଦିନିକିଆରେ ୨୪୮ ମ୍ୟାଚରୁ ୫୯.୩୪ ହାରରେ ୧୧୮୬୭ ରନ ଏବଂ ଟି-ଟ୍ବେଣ୍ଟିରେ ୮୧ ମ୍ୟାଚରୁ ୫୦.୮ ହାରରେ ୨୭୯୪ ରନ ସଂଗ୍ରହ କରିଛନ୍ତି । ଆଇ.ପି.ଏଲ. ଫ୍ରାଞ୍ଚାଇଜ ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର ପକ୍ଷରୁ ୧୯୧ ମ୍ୟାଚ ଖେଳି ୩୮.୩୮ ହାରରେ ୫୮୭୨ ରନ୍ ସଂଗ୍ରହ କରିଛନ୍ତି ବିରାଟ କୋହଲି ।

{"id":356510,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.